ନୟାଗଡ଼ (କେନ୍ୟୁଜ୍) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର। ଉତ୍ତ୍ୟକ୍ତଙ୍କ ଟାୟାର ଜାଳି ରାସ୍ତା ଅବରୋଧ। ଆହତ ଯୁବକ ଜଣକ ନୟାଗଡ଼ ଖଣ୍ଡପଡ଼ା ଥାନା ହିରିଡିପଲି ଗାଁର ସୁକାନ୍ତ ପ୍ରଧାନ। ଗତକାଲି ସନ୍ଧ୍ୟାରେ ସୁକାନ୍ତ ଘର ଛତା ଉପରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଗଡିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୁକାନ୍ତଙ୍କ ଘର ଉପର ଦେଇ ଫେଡକୋର ଖୋଲା ତାର ଯାଇଥିବାରୁ ଏହାକୁ ହଟାଇବାକୁ ତାଙ୍କ ପରିବାର ପକ୍ଷରୁ ବହୁ ସମୟରେ ଅଭିଯୋଗ ହୋଇଥିଲା। ଗତକାଲି ଫେଡକୋର ତାର ସଂସ୍ପର୍ଶରେ ଆସି ସୁକାନ୍ତ ଗୁରୁତର ହେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଆଡ଼କଟା ଖଣ୍ଡପଡ଼ା ମୁଖ୍ୟ ରାସ୍ତା ବନ୍ଦ ରହିଛି। ଫେଡକୋ ସୁକାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି କରିଛନ୍ତି।
Trending
- ଆଟଲାଣ୍ଟିକ୍ କାଉନସିଲ୍ ଏନର୍ଜି ଫୋରମ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ଓଡିଆ ଚଳଚ୍ଚିତ୍ର ଅଭିନେତା ରବି ମିଶ୍ରଙ୍କ ପରଲୋକ
- ବେଗୁନିଆପଡ଼ା ବ୍ଳକର ପୂର୍ବତନ ବ୍ଳକ ଚେୟାରମ୍ୟାନଙ୍କୁ ଗୁଳି କରି ହତ୍ଯା
- ଢେଙ୍କାନାଳ କାଇଁଶ ଗ୍ରାମରେ ଚାଷୀଙ୍କୁ ଦଳି ମାରିଲା ଦନ୍ତା
- ବାଲିଗୁଡା: ସଉଦା ଆଣିବାକୁ ହାଟକୁ ଯିବା ସମୟରେ ଗଛରେ ପିଟି ହୋଇବାଇକ ଚାଳକଙ୍କ ମୃତ୍ୟୁ
- କେନ୍ଦୁଝର ଘଟଗାଁ ବନଖଣ୍ଡ ପାନପାଶି ଗାଁ ଭିତରେ ଭାଲୁ
- ଆଜିଠାରୁ ଖୋଲିବ କଟକ ନେତାଜୀ ସଂଗ୍ରହାଳୟ
- ରାଜ୍ଯରେ ୭ଟି ସ୍ଲାବରେ କୋହଳ ହେବ ସ୍କୁଲ ଫି’
- ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣା,ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ
- ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ