Odisha News

ଶିକାରୀ ଗୁଳିରେ ନିଜେ ଶିକାରୀ ମୃତ, ଭଉଣୀ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି (କେନ୍ୟୁଜ୍) : ଶିକାରୀ ଗୁଳିରେ ନିଜେ ଶିକାରୀ ମୃତ । କଳାହାଣ୍ଡି କେସିଙ୍ଗା ଥାନା ବଜରଗଡ ଜଙ୍ଗଲରେ ଘଟିଛି ଏପରି ଘଟଣା । ଗତ ୧୦ ତାରିଖରେ ରାଇନୁପଦର ଗାଁର ୯ ଜଣ ବାରହା ଶୀକାର ପାଇଁ ନିକସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ଶୀକାର ସମୟରେ ହଠାତ୍ ଏକ ଗୁଳି ଆସି ରାଜୁ ମାଝିଙ୍କ ଦେହରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ରାଜୁଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଶୀକାରକୁ ଯାଇଥିବା ଅନ୍ୟ ଶୀକାରୀମାନେ ରାଜୁଙ୍କ ପରିବାର ସହ ଯୋଗାଯୋଗ କରି ଜଙ୍ଗଲରେ ହିଁ ମୃତଦେହକୁ ପୋଡିଦେଇଥିଲେ ।

ତେବେ ୪ଦିନ ପରେ ଭାଇକୁ ହତ୍ୟା କରାଯାଇଥିବା ଭଉଣୀ ନିର୍ମଳା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଅନ୍ୟ ଶିକାରୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଏହାସହ ୨ଟି ବନ୍ଧୁକ ମଧ୍ୟ ଜବତ ହୋଇଛି । ସେପଟେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଉଁଶ, ହଡା କଙ୍କାଳ ଓ ରକ୍ତ ନମୁନା ସଂଗ୍ରହ କରିଛି। ତେବେ ହତ୍ୟାକାଣ୍ଡ କିପରି ହେଲା ଏଥିରେ ଆ।ଉ କେହି ସାମିଲ ଅଛନ୍ତି କି ନାହିଁ ସେନେଇ ତନାଘନା ଜାରି ରହିଛି।

Loading...

Leave A Reply

Your email address will not be published.