ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ୍‌ ରେଜଲ୍ଟ,ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ମାଟ୍ରିକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରଙ୍କ ପାଇଁ ଖୁସି ଖବର।  ଜୁଲାଇ ୩୧ ଭିତରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ । ମାଟ୍ରିକ୍‌ ପରୀକ୍ଷାର ଖାତା ଦେଖା ଶେଷ ହୋଇଛି ଓ  ଟାବୁଲେସନ ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । କରୋନା କଟକାଣା ଯୋଗୁଁ ମାଟ୍ରିକ ପରୀକ୍ଷା ଖାତାଦେଖାରେ ଅସୁବିଧା ଉପୁଜିଥିଲା।

ଏବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଫଳକୁ ଅପେକ୍ଷା କରିବସିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାରିବା ଖବର ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲିଖିତ ହୋଇଛି। ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାର ରେଜଲ୍ଟ କିଛି ଦିନ ବିଳମ୍ବ ହେବା ବୋଲି ସୂଚନା ମିଳିଛି । ଖାତାଦେଖା ନେଇ ସମସ୍ୟା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 

 

Leave A Reply

Your email address will not be published.