ରାଜଧାନୀରେ ପିଜୁଳି ଗଛରୁ ନାବାଳିକାର ମୃତଦେହ ଉଦ୍ଧାର, ବନ୍ଧା ହୋଇଥିଲା ଗୋଡ ହାତ ପାଟି

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ଡୁମଡୁମା ଫେଜ୍‌-୨ ଅଞ୍ଚଳରୁ ଦଶମ ଶ୍ରେଣୀର ଛାତ୍ରୀଙ୍କ ଗୋଡ, ହାତ, ପାଟି ବନ୍ଧା ହୋଇଥିବା ଅବସ୍ଥାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ। ଏକ ପିଜୁଳି ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଣ୍ଡଗିରି ପୋଲିସ।

ସୂଚନା ଅନୁଯାୟୀ ଗତକାଲି ରାତିରେ ବାହାର ପଟୁ ଘରର ତାଲା ପକାଇ ନାବାଳିକା ଆତ୍ମହତ୍ୟା କରିଥିବା କଥା କହିଛନ୍ତି ପରିବାର ଲୋକେ। ପରିବାର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାରୁ ପୋଲିସ ପରିବାର ଲୋକଙ୍କ ଉପରେ ମଧ୍ୟ ସନ୍ଦେହ କରୁଛି। ଅନ୍ୟପଟେ କେହି ଦୁବୃର୍ତ୍ତ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ତେବେ ପ୍ରେମ ସମ୍ପର୍କକୁ ନେଇ ହତ୍ୟା ହୋଇଛି ନା ପ୍ରକୃତରେ ଏହା ଆତ୍ମହତ୍ୟା ବା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିବ।

Leave A Reply

Your email address will not be published.