କଳାହାଣ୍ଡି ଇନ୍ଦ୍ରାବତୀରେ ଫସିଲା ଡଙ୍ଗା: ୨୫ଜଣଙ୍କ ଜୀବନ ବଞ୍ଚାଇଲା ୧୦୮ ବୋଟ୍‌ ଆମ୍ବୁଲାନ୍‌ସ

କଳାହାଣ୍ଡି(କେନ୍ୟୁଜ୍):   ଜୀବନ ବଞ୍ଚାଇଲା ୧୦୮ ବୋଟ୍‌ ଆମ୍ବୁଲାନ୍ସ । କଳାହାଣ୍ଡି ଇନ୍ଦ୍ରାବତୀରେ ଫସିଥିବା ଡଙ୍ଗାକୁ ଉଦ୍ଧାର କଲେ ୧୦୮ ବୋଟ୍‌ ଆମ୍ବୁଲାନ୍ସ କର୍ମଚାରୀ । କଳାହାଣ୍ଡି ଜିଲ୍ଲା ଗୁଞ୍ଜମାଳି ଗାଁର ୨୫ ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହେଉଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଜଳଭଣ୍ଡାର ମଝିରେ ଫସି ଯାଇଥିଲା। ଲୋକଙ୍କ ଚିତ୍କାର ଶୁଣି ବାରିଆହାଟ ଘାଟି ଠାରେ ନିୟୋଜିତ ୧୦୮ ବୋଟ୍‌ ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚିଥିଲେ ।

ସମସ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୧୦୮ ବୋଟ୍‌ ଆମ୍ବୁଲାନ୍ସ କର୍ମଚାରୀ ସାରଙ୍ଗ ଗଓ୍ଵାଲା ଜଗାରାଓ, ବୋଟ ଡ୍ରାଇବର ଅଭୟ କୁମାର ଭୋଳ, ଇଏମଟି ଟିପେନ୍ଦ୍ର ସା ଏବଂ ମାଝୀ ଗୋବିନ୍ଦ ରାଉତ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ଉଦ୍ଧାର କରିଥିଲେ । ବୋଟ୍‌ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ସାହସିକତା ପାଇଁ ୨୫ଜଣ ଗ୍ରାମବାସୀଙ୍କ ଜୀବନ ବଞ୍ଚିପାରିଥିବାରୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି ।