NERରେ ଖାଲି ପଡ଼ିଛି ୧୧୦୪ଟି ପଦବୀ, ITI ପାସ କରିଥିଲେ ଶୀଘ୍ର କରନ୍ତୁ ଆବେଦନ

ଉତ୍ତର ପୂର୍ବ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ଇଚ୍ଛୁକ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ ଏବଂ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଷ୍ଟାଇପେଣ୍ଡ ଦିଆଯିବ। ଉତ୍ତର ପୂର୍ବ ରେଳ ବିଭାଗର ଏହି ନିଯୁକ୍ତି ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨, ୨୦୨୩ ରହିଛି ।

ଉତ୍ତର ପୂର୍ବ ରେଳ ବିଭାଗ (NER) ରେ ଆପ୍ରେଣ୍ଟିସିପ୍ ଅଧୀନରେ ୧୧୦୪ଟି ପଦବୀ ପାଇଁ ଭାରତୀୟ ରେଳ ବିଭାଗ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଉତ୍ତର ପୂର୍ବ ରେଳ ବିଭାଗ (NER) ର ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଉତ୍ତର ପୂର୍ବ ରେଳ ବିଭାଗର ଏହି ନିଯୁକ୍ତି ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨, ୨୦୨୩ ରହିଛି । ଏହା ପରେ ଆବେଦନ କରାଯାଇ ପାରିବ ନାହିଁ ।

ଉତ୍ତର ପୂର୍ବ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ଇଚ୍ଛୁକ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ ଏବଂ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଷ୍ଟାଇପେଣ୍ଡ ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଉତ୍ତର ପୂର୍ବ ରେଳ ବିଭାଗର ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in କିମ୍ବା ଆପ୍ରେଣ୍ଟିସିପ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ apprenticeshipindia.gov.inରେ ରେଜିଷ୍ଟ୍ରେସନ କରିବାକୁ ହେବ ।

ଯୋଗ୍ୟତା, ବୟସ ସୀମା ଏବଂ ଚୟନ ପ୍ରକ୍ରିୟା କିପରି ହେବ ତାହା ଜାଣି ରଖନ୍ତୁ ।
.ସର୍ବନିମ୍ନ ଅତ୍ୟାବଶ୍ୟକ ଯୋଗ୍ୟତା ଅନୁଯାୟୀ, ପ୍ରାର୍ଥୀମାନେ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।
.ଇଚ୍ଛୁକପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITI କୋର୍ସରେ ପାସ ହୋଇଥିବା ଜରୁରୀ ।
.ଆବେଦନ କରିବାର ସର୍ବନିମ୍ନ ବୟସ ୧୫ ବର୍ଷ ରୁ ୨୪ ବର୍ଷ ରହିଛି ।
.ଉଭୟ ମ୍ୟାଟ୍ରିକ୍ ଏବଂ ଆଇଟିଆଇ ପାଠ୍ୟକ୍ରମରେ ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରାପ୍ତ ହାରାହାରି ଶତକଡ଼ା ମାର୍କ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ ।

କିପରି କରିବେ ଆବେଦନ:
.ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in ଯାଇ ସେଠାରେ ଆବେଦନ କରି ପାରିବେ ।
.ହୋମ ପେଜ୍‌ ରେ ଆପ୍ରେଣ୍ଟିସ୍ ପଞ୍ଜୀକରଣ ଲିଙ୍କ୍ ଦେଖନ୍ତୁ ।
. ଫର୍ମ ପୂରଣ କରନ୍ତୁ, ବୟସ ପ୍ରମାଣ ପତ୍ର ଏବଂ ଏକ ଫଟୋ ଅପଲୋଡ୍ କରନ୍ତୁ ।
. ଏହାକୁ ସବମିଟ କରନ୍ତୁ ଏବଂ ଭବିଷ୍ୟତର ରେଫେରେନ୍ସ ପାଇଁ କନ୍‌ଫର୍ମେଶନ ପେଜ ଡାଉନଲୋଡ୍ କରନ୍ତୁ ।