ପୋଲିସ ଚାକିରି ପାଇଁ ୧୨୯୯ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ପୋଲିସ ଚାକିରି କରିବା ପାଇଁ ଇଚ୍ଛା ଥିଲେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତାମିଲନାଡୁ ୟୁନିଫର୍ମଡ ସର୍ବିସେଜ ରିକ୍ର୍ୟୁଟମେଣ୍ଟ ବୋର୍ଡ(TNUSRB)  ରାଜ୍ୟ ପୋଲିସ ବିଭାଗରେ ସବ-ଇନସ୍ପେକ୍ଟର(SI) ପଦବୀ ଖାଲି ପାଇଁ ଘୋଷଣା କରାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ ।

ପଦବୀ ବିବରଣୀ : ୧୨୯୯

  • ସବ୍-ଇନସ୍ପେକ୍ଟର ଅଫ୍ ପୋଲିସ -୯୩୩
  • ସବ୍- ଇନସ୍ପେକ୍ଟର ଅଫ୍ ପୋଲିସ (AR) -୩୬୬

ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ  ୭ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ସଂଶୋଧନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୩ ମେ ପର୍ଯ୍ୟନ୍ତ ଆବେଦନ ପତ୍ରରେ ସଂଶୋଧନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସସୀମା ୨୦ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ୍ ବୟସ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ୫୦୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ଯଦି କୌଣସି ପ୍ରାର୍ଥୀ ଉପରିସ୍ଥ ଦୁଇଟି ପଦବୀ ଭର୍ତ୍ତି ପାଇଁ ଆବେଦନ କରିଥିବେ ତେବେ ତାଙ୍କୁ ୧୦୦୦ଟଙ୍କା ଶୁଳ୍କ ଦେବାକୁ ପଡିବ । ଅନଲାଇନ ମାଧ୍ୟମରେ ଆବେଦନ ଶୁଳ୍କ ଭରିପାରିବେ।

ଚୟନ ପ୍ରକ୍ରିୟା : ମୁଖ୍ୟ ଲିଖିତ ପରୀକ୍ଷାକୁ ଦୁଇ ଭାଗରେ କରାଯିବ । ଶାରୀରିକ ଦକ୍ଷତା, ସାକ୍ଷାତକାର ଜରିଆରେ ପରୀକ୍ଷା କରାଯିବ । ଆବେଦନକାରୀ ପରୀକ୍ଷାରେ ସର୍ବନିମ୍ନ ୪୦ ମାର୍କ ରଖିବା ଆବଶ୍ୟକ ।

ଆବେଦନ ପ୍ରକ୍ରିୟା :

ଆବେଦନକାରୀ  ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ହୋମପେଜର ‘ଆପ୍ଲାଏ ଅନଲାଇନ’ଉପରେ କ୍ଲିକ୍ କରନ୍ତୁ ।

ନିଜର ରେଜିଷ୍ଟ୍ରେସନ କରି ଏହାର ଲିଙ୍କକୁ ଯାଆନ୍ତୁ ।

ଆବଶ୍ୟକୀୟ ବିବରଣୀ ଦେଇ ଫର୍ମ ପୂରଣ କରିବା ପରେ ଶୁଳ୍କ ଦେଇ ଫର୍ମକୁ ସମିଟ କରନ୍ତୁ ।

ଶେଷରେ  ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

 

Also Read : ରାଜସ୍ଥାନରେ ନିଯୁକ୍ତି ପାଇଁ NHMର ବଡ ଘୋଷଣା, ଜାଣନ୍ତୁ କିପରି କରିବେ ଆବେଦନ