ମାତ୍ର ୩ ଘଣ୍ଟା ୫୧ ମିନିଟରେ ୨୧ କିମି ଅତିକ୍ରମ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଜିୟା

ଟାଙ୍ଗୀ (କେନ୍ୟୁଜ) : ଚିଲିକା ଜଳରାଶିରେ ଜଳପରି। ଆଉ ଜଳପରିର ନାଁ କଣ ଜାଣିଛନ୍ତି ଜିୟା। ଆଜ୍ଞା ହଁ ମିସ୍ ଜିୟା ରାଏ। ସେ ଜଣେ ଦିବ୍ୟାଙ୍ଗ, କିନ୍ତୁ ଅଲୌକିକ ପ୍ରତିଭାର ଅଧିକାରୀ। ବୟସ ମାତ୍ର ୧୪ ବର୍ଷ, କିନ୍ତୁ ସେ ଯାହା କରିପାରିଛନ୍ତି ତାହା ହୁଏତ ବଡ ବଡ ଲୋକ ବି କରିପାରିବେନି। ଚିଲିକା ଜଳରାଶିରେ ୩ ଘଣ୍ଟା ୫୧ ମିନିଟରେ ସେ ଅତିକ୍ରମ କରିଛନ୍ତି ୨୧ କିମି। ଜଳପଥରେ ସେ ଅତି ସଫଳତାର ସହିତ ଏହାକୁ ଶେଷ କରିଛନ୍ତି।
ମା କାଳିଜାଇ ଓ କୃଷ୍ଣ ପ୍ରସାଦ ମଧ୍ୟ ଭାଗରୁ ଚିଲିକା ଜଳ ରାଶିରେ ସନ୍ତରଣ ଆରମ୍ଭ କରି ବାଲୁଗାଁ ଚିଲିକା ଜେଟି ପର୍ଯ୍ୟନ୍ତ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । କିନ୍ତୁ ସଫଳତାର ସହିତ ୩ଘଣ୍ଟା ୫୧ ମିନିଟ ସନ୍ତରଣ କରି ୨୧ କିମି ଜଳପଥ ଅତିକ୍ରମ କଲେ ୧୪ ବର୍ଷ ବୟସର ଭିନ୍ନକ୍ଷମ ଝିଅ ଜିୟା ରାଏ ।
ଭେଟେରାନ୍ସ କ୍ଲବ ଓଡିଶା ( ଅବସର ପ୍ରାପ୍ତ ସାମରିକ କର୍ମଚାରୀ ) ଓ ଭାରତୀୟ ନୌସେନା ଚିଲିକା ଶାଖା ପକ୍ଷରୁ ସମସ୍ତ ସହଯୋଗରେ ଆଜି ୧୪ ବର୍ଷ ବୟସର ଭିନ୍ନକ୍ଷମ ଝିଅ ଜିୟା ରାଏ ମା କାଳିଜାଇ ଓ କୃଷ୍ଣ ପ୍ରସାଦ ମଧ୍ୟ ଭାଗରୁ ଚିଲିକା ଜଳ ରାଶିରେ ସନ୍ତରଣ ଆରମ୍ଭ କରି ବାଲୁଗାଁ ଚିଲିକା ଜେଟି ପର୍ଯନ୍ତ ଆସିଥିଲେ । ମାତ୍ର ୩ଘଣ୍ଟା ୫୧ ମିନିଟ ସନ୍ତରଣ କରି ୨୧ କିମି ଜଳପଥ ଅତିକ୍ରମ କରିଛନ୍ତି ସେ । ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେବା ସହ ସନ୍ତରଣକାରୀ ଜିୟାଙ୍କୁ ସମ୍ମାନିତ କରିଥିଲେ । ସମ୍ମାନିତ ଅତିଥି ଭାବେ ନୌସେନା ଚିଲିକା ଶାଖାର ଓଡିଶା ମୂଖ୍ୟ କମୋଡର ଏନ ପ୍ରଦୀପ ଯୋଗଦେଇଥିଲେ । ଭେଟେରାନ୍ସ କ୍ଲବ ଓଡିଶା ସଭାପତି ବିଦ୍ୟାଧର ନାୟକ କାର୍ଯ୍ୟକ୍ରମ ପ୍ରଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ କଲେଜରୁ ଛାତ୍ର ଛାତ୍ରୀ, ସ୍ଥାନୀୟ ରାଜନେତା ଓ ବୁଦ୍ଧିଜୀବୀ ବହୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
ଜିଆ ଜଣେ ଦିବ୍ୟାଙ୍ଗ ଅଟନ୍ତି ସତ ମାତ୍ର ନିଜର ଅଲୈ।କିକ ପ୍ରତିଭା ଯୋଗୁଁ ସେ ସାରା ଭାରତ ବର୍ଷରେ ଜଣେ ଚର୍ଚ୍ଚିତ ଚେହେରା ହୋଇପାରିଛନ୍ତି । ଶ୍ରୀଲଙ୍କାରୁ ଭାରତକୁ ଜଳପଥରେ ସଂଯୋଗ କରୁଥିବା ରାସ୍ତା ( ପାକ୍ ଷ୍ଟ୍ରେଟ୍ ) ଠାରୁ ୧୩ ଘଣ୍ଟା ୧୦ ମିନିଟରେ ସେ ୨୯ କିମି ସନ୍ତରଣ କରିଥିଲେ। ଯେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା ସେ ସେତେବେଳେ ଏହି ଦୁଃଶାହସିକ ଜଳଯାତ୍ରା କରିଥିଲେ।
ଏହା ପୂର୍ବରୁ ଜିଆ ରାଏ ୩ ବିଶ୍ୱସ୍ତରୀୟ ପାରା ସୁଇଙ୍ଗ୍ମ ରେ ୧୪ କିମି , ୨୨ କିମି ଏବଂ ୩୬ କିମି ସନ୍ତରଣ କରି ରେକର୍ଡ କରିଥିଲେ ।।ଏଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ମନ୍-କି-ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ଏସିଆ ବୁକ୍-ଅଫ୍-ରେକର୍ଡ ଏବଂ ଇଣ୍ଡିଆ ବୁକ୍-ଅଫ୍-ରେକର୍ଡରେ ନିଜ ନାମକୁ ସ୍ଥାନିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ-ବାଲ୍-ପୁରସ୍କାର ହାସଲ କରିଛନ୍ତି ଜିୟା । ବିଗତ ୩ ବର୍ଷରେ ମିସ୍ ଜିଆ ରାଏ ଦେଶ ଏବଂ ରାଜ୍ୟ ସ୍ତରୀୟ Open Water Swiming ପ୍ରତିଯୋଗିତାରେ ୨୬ ସ୍ୱର୍ଣ୍ଣ ପଦକ , ୧ ଟି ରୈ।ପ୍ୟ , ୧ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆଉ ସନ୍ତରଣର ଉଦେଶ୍ୟ ଚିଲିକାରେ ଜୈବ ବିବିଧତା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସାରା ବିଶ୍ବକୁ ଦେଇଛନ୍ତି ସନ୍ଦେଶ ।