ଘର କାନ୍ଥ ରେ ପିଟି ହେଲା ବାଇକ୍, ଦୁଇ ଆରୋହୀ ମୃତ
ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଟରୁ ଦୁଇଜଣ ବାଇକ ଆରୋହୀ ନିଜ ଗ୍ରାମକୁ ଫେରୁଥିବା ସମୟରେ ପୁରୁଣା କଟକ ଥାନା ତିଲେଶ୍ୱର ଠାରେ ତାଙ୍କ ବାଇକଟି ଭାରସାମ୍ଯ ହରାଇ ଏକ ଘରର କାନ୍ଥକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ ।

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ତିଲେଶ୍ୱର ଠାରେ ଘର କାନ୍ଥ ରେ ପିଟି ହେଲା ବାଇକ୍ । ଦୁଇ ବାଇକ୍ ଆରୋହୀ ମୃତ । ମୃତକ ହେଲେ ମଧୁସୂଦନ ପୂର୍ ଗ୍ରାମର ରମେଶ ଦଳବେହେରା ଓ ମାଣିକପୁର ଗ୍ରାମର ଗଣେଶ ପ୍ରଧାନ । ପୁରୁଣା କଟକ ରୁ ନିଜସ୍ ଗ୍ରାମକୁ ଫେରୁଥିବା ବେଳେ ତିଲେଶ୍ୱର୍ ଠାରେ ଘର କାନ୍ଥ ରେ ଭାରସାମ୍ଯ ହରାଇ ଦୁର୍ଘଟଣା ।ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଟରୁ ଦୁଇଜଣ ବାଇକ ଆରୋହୀ ନିଜ ଗ୍ରାମକୁ ଫେରୁଥିବା ସମୟରେ ପୁରୁଣା କଟକ ଥାନା ତିଲେଶ୍ୱର ଠାରେ ତାଙ୍କ ବାଇକଟି ଭାରସାମ୍ଯ ହରାଇ ଏକ ଘରର କାନ୍ଥକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଗୁରୁତରଙ୍କୁ ମୃତ ଘୋଷଣା କରିଛନ୍ତି । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।