କେନ୍ଦୁଝର: ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ମୃତ ୩ ଗୁରୁତର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଲୁଘାଟି ନିକଟରେ ଆଜି ଅପରାହ୍ନରେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ବାଇକରେ ୫ ଜଣ ଯୁବକ ଯାଉଥିବା ବେଳେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଆଲୁଘାଟି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ଘଟଣା ସ୍ଥଳରେ ହରିଚନ୍ଦନପୁର ପୋଲିସ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଅନ୍ୟଜଣେ ଯୁବକଙ୍କ ଚିକିତ୍ସା ପୂର୍ବରୁ ମୃତ୍ୟୁ ଘଟିଥିଲା। ୩ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମୃତ ୨ ଯୁବକ ହେଲେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମର ସାନ୍ତୁନୁ ମହାନ୍ତ,ପାଟଣା ବ୍ଳକ ଅନ୍ତର୍ଗତ ଧାନବେଣି ଗ୍ରାମର ଭଜରାଜ ମହାନ୍ତ। ଅନ୍ୟ ୩ ଗୁରୁତର ଯୁବକ ମାନେ ହେଲେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସାଳପସି ଗ୍ରାମର ମଧୁସୂଦନ ମୁଣ୍ଡା,ଜାମୁଦା ଗ୍ରାମର ବୁଦ୍ଧିଆ କିସାନ ଓ ଜିରାଙ୍ଗ ଗ୍ରାମର ଜନ୍ମଜୟ ରାଉତ ବୋଲି ଜଣାପଡିଛି। ହରିଚନ୍ଦନପୁର ଥାନା ଅଧିକାରୀଣୀ ଦେବକୀ ନାଏକ ଏହି ଘଟଣାରେ ଏକ ମାମାଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକ ଗୁଡିକୁ ଜବତ କରି ଘଟଣାର ତଦନ୍ତ ଚଲାଇଛନ୍ତି।