ଯାଜପୁର:ଅଗ୍ନିକାଣ୍ଡରେ ଚାଲିଗଲା ୨ ଜୀବନ,ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ଅଗ୍ନିକାଣ୍ଡରେ ଚାଲିଗଲା ୨ ଜୀବନ। ଗୁରୁତର ହେବା ପରେ ଡାକ୍ତରଖାନା ଭର୍ତ୍ତି ହୋଇଥିବା ବେଳେ ସେଠାରେ ମୃତ୍ୟୁବରଣ କରିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇଛି। ରାଖୀ ପୂର୍ଣ୍ଣିମା ଦିନ ସମିଆ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ମୀରା ନାୟକଙ୍କ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ୩ବଖରା ଘର ଜଳିଯିବା ସହ ୪ଜଣ ପୋଡ଼ି ହୋଇ ଗୁରୁତର ହୋଇଥିଲେ।

ମୀରାଙ୍କ ବଡ଼ ବୋହୁ ସବିତା ନାୟକ ଓ ସାନ ପୁଅ ସୋନୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଚିକିତ୍ସା ଅବହେଳାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।..