ବିହାରରେ ଫିଲ୍ଡ ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ୨୦୧ ପଦବୀ ଖାଲି ପଡିଛି, ଜାଣନ୍ତୁ କ’ଣ ରହିଛି କ୍ବାଲିଫିକେସନ ମାର୍କ

ବିହାରରେ ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପାଇଁ କୃଷି ନିର୍ଦ୍ଦେଶାଳୟଙ୍କ ବଡ ଘୋଷଣା । ଏହି ନିଯୁକ୍ତି ପାଇଁ ୨୦୧ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ୨୫ ଏପ୍ରିଲରୁ ୨୩ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଭିନ୍ନ ଭିନ୍ନ ବର୍ଗର ଆବେଦନକାରୀ ଧାର୍ଯ୍ୟ ହୋଇଥିବା ଶୁଳ୍କ ଭରି ଅନଲାଇନ ମାଧ୍ୟମରେ ଦେବେ । ଆବେଦନକାରୀ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୨୦୧
ଆବେଦନ ତାରିଖ : ଆବେଦନକାରୀ ୨୫ଏପ୍ରିଲରୁ ୨୩ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୩୭ ବର୍ଷ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା : ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଆଇଏସସି ଅଥବା କୃଷି ଡିପ୍ଲୋମାରେ ଡିଗ୍ରୀ ହାସଲ କରିବା ଆବଶ୍ୟକ ।
କ୍ବାଲିଫିକେସନ ମାର୍କ :
ଅଣସଂରକ୍ଷିତ ବର୍ଗ – ୪୦ ପ୍ରତିଶତ
ପଛୁଆ ବର୍ଗ – ୩୬.୫ ପ୍ରତିଶତ
ଓବିସି ବର୍ଗ – ୩୪ ପ୍ରତିଶତ
ଅନୁସୂଚିତ ଜାତି/ଜନଜାତି – ୩୪ ପ୍ରତିଶତ
ମହିଳା ବର୍ଗ – ୩୨ ପ୍ରତିଶତ
ଦିବ୍ୟାଙ୍ଗ ବର୍ଗ – ୩୨ ପ୍ରତିଶତ
ସର୍ବନିମ୍ନ ଯୋଗ୍ୟତା ମାର୍କ – ୩୨ ପ୍ରତିଶତ
ଆବେଦନ ଶୁଳ୍କ : ସାଧାରଣ ବର୍ଗ, ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ବିହାରରେ ସ୍ଥାୟୀ ବସିନ୍ଦା ହୋଇ ରହିଥିବା ପ୍ରାର୍ଥୀଙ୍କ ପାଇଁ ୧୩୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଦିବ୍ୟାଙ୍ଗ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୧୩୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସମସ୍ତ ବର୍ଗର ବିହାର ନିବାସୀ ମହିଳାଙ୍କ ପାଇଁ ୧୩୫ ଟଙ୍କା ରଖାଯାଇଛି । ବିହାର ରାଜ୍ୟରୁ ବାହାରୁ ଆସୁଥିବା ପ୍ରାର୍ଥୀଙ୍କ ପାଇଁ ୫୪୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
Also Read : ୯୦୦୦ରୁ ଉର୍ଦ୍ଧ୍ବ ପଦବୀ ପାଇଁ ରେଲୱେ ବୋର୍ଡର ବଡ ଘୋଷଣା, ଜାଣନ୍ତୁ କିପରି କରିବେ ଆବେଦନ