ଖୁବଶୀଘ୍ର Toyota ଲଞ୍ଚ କରିବାକୁ ଯାଉଛି Innova Crysta Facelift, ଲିକ୍ ହେଲା 3D ମଡେଲର ଫଟୋ

Tayota ଭାରତୀୟ ବଜାରରେ ଖୁବଶୀଘ୍ର ନିଜ ଲୋକପ୍ରିୟ MPV କାର Innova Crysta ର 2021 ଫେସଲିଫ୍ଟ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ନୂଆ ଇନୋଭା କ୍ରିଷ୍ଟାର 3D ମଡେଲର କେତେକ ଫଟୋ ଲିକ ହୋଇଛି। ଏଥିରେ କାରର ସେପକୁ ପୂର୍ବ ଭଳି ରଖାଯାଇଛି। କିନ୍ତୁ ଏଥିରେ ନୂଆ ବଡ଼ ଗ୍ରୀଲ ଦେଖିବାକୁ ମିଳିଛି, ଯାହାର ବାହାରପଟେ ମୋଟା କ୍ରୋମର ବ୍ୟବହାର କରାଯାଇଛି।
ହେଡ ଲାଇଟର ଆକାର ପୂର୍ବ ମଡେଲ ଭଳି ରହିଛି କିନ୍ତୁ ଏଥିରେ ଦୁଇଟି ଗ୍ରୀଲସକୁ ଯୋଡ଼ାଯାଇଛି। ଆଗ୍ରେସିଭ ବମ୍ପର ସହ କାରର ଫୋର ଲ୍ୟାମ୍ପକୁ ହରାଇଜେଣ୍ଟାଲ ବଦଳରେ ଭରଟିକାଲି ରଖାଯାଇଛି। 2021 ଇନୋଭା କ୍ରିଷ୍ଟା ନୂଆ ଅଲାୟ ହ୍ବିଲ ଡିଜାଇନ ସହ ଆସିବ। ଏହାକୁ କମ୍ପାନୀ ଇଣ୍ଡୋନେସିଆରେ ଲଞ୍ଚ କରିବାକୁ ଯୋଜନା କରୁଛି। ଏହି MPV କାରର ଇଣ୍ଟେରିୟରରେ କମ୍ପାନୀ ଚଳିତଥର ଅନେକ ପରିବର୍ତ୍ତନ କରିଛି।
ନୂଆ ଟୟୋଟା ଇନୋଭା କ୍ରିଷ୍ଟା ଫେସଲିଫ୍ଟର ଭିତରେ ଆଣ୍ଡ୍ରଏଡ ଅଟୋ ଓ ଆପଲ କାରପ୍ଲେର ସପୋର୍ଟ ରହିଛି।ଏଥିସହ ଉନ୍ନତମାନର ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି। ଏହାବ୍ୟତୀତ କାରରେ ୱେୟାର ଲେସ ଫୋନ ଚାର୍ଜିଙ୍ଗ ସୁବିଧା ମଧ୍ୟ ରହିଛି।
କାରରେ ୨.୭ ଲିଟରର ପେଟ୍ରୋଲ ଓ ୨.୪ ଲିଟରର ଡିଜେଲ ଇଞ୍ଜିନ ବିକଳ୍ପ ଭାବେ ଦିଆଯାଇଛି। ପେଟ୍ରୋଲ ଇଞ୍ଜିନ ୧୬୪bhp ର ପାୱାର ଓ ୨୪୫nm ର ଟର୍କ ଜେନେରେଟ କରିବ। ସେହିପରି ଡିଜେଲ ଇଞ୍ଜିନ ୧୪୮bhp ର ପାୱାର ଓ ୩୬୦ nm ର ଟର୍କ ସୃଷ୍ଟି କରିବ।