ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲି ପଡିଛି ୨୭୫ଟି ପଦବୀ

ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ SO ନିଯୁକ୍ତି ପାଇଁ ୨୭୫ଟି ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଫେବୃଆରୀ ୨୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୭୫

ଆଇଟି ଅଫିସର – ୮୨

ସଫ୍ଟୱେର୍ ଡେଭଲପର୍- ୧୯

ସାଇବର ସିକ୍ୟୁରିଟି -୩୮

ଡାଟା ଇଞ୍ଜିନିୟର ଏବଂ ସାଇଟିଷ୍ଟ – ୨୧

ରିସ୍କ ମ୍ୟାନେଜର ଏବଂ ଟକ୍ସିକ୍ ଅଫିସର -୬

ଆବେଦନ ତାରିଖ : ଫେବୃଆରୀ ୨୮ରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା :

Scale I (ଆସିଷ୍ଟାଣ୍ଟ ମ୍ୟାନେଜର)- ୩୦ ବର୍ଷ

Scale II ଏବଂ III( ମ୍ୟାନେଜର/ସିନିୟର ମ୍ୟାନେଜର)-୩୫ ବର୍ଷ

Scale IV(ଚିଫ୍ ମ୍ୟାନେଜର)-୪୫

ସରକାରୀ ନିୟମାନୁସାରେ SC/ST ପ୍ରାର୍ଥୀଙ୍କୁ ୫ ବର୍ଷ,OBC ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୦ ବର୍ଷ ବୟସ ସୀମାରେ ଛାଡ କରାଯିବ ।

ଶିକ୍ଷାଗତ ଯୋଗ୍ୟତା :

ଟେକ୍ନିକାଲ୍ ପଦବୀ ପାଇଁ –   BE/B.Tech (କମ୍ପ୍ୟୁଟର ସାଇନ୍ସ/ IT/ ECE/ ଇଲେକ୍ଟ୍ରୋନିକ୍ସ)  କିମ୍ବା MCA ଡିଗ୍ରୀ ହାସଲ କରିଥିବା ଜରୁରୀ । ଟ୍ୟାକ୍ସ ଅଫିସର ଏବଂ ଚାଟାର୍ଡ ଆକାଉଣ୍ଟ ପଦବୀ ପାଇଁ ଟ୍ୟାକ୍ସନରେ ପୋଷ୍ଟ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ । ରିସ୍କ ମ୍ୟାନେଜର ପଦବୀ ପାଇଁ ସେହି ସମ୍ବନ୍ଧୀତ ବିଷୟରେ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ଦରମା :

ଦରମା ୪୮,୪୮୦ ରୁ ଆରମ୍ଭ ହୋଇ ମାସିକ ୧,୨୦,୯୪୦ ପର୍ଯ୍ୟନ୍ତ ମିଳିବ । ଏହା ସହିତ ବ୍ୟାଙ୍କ ନିୟ ଅନୁସାରେ  ମହଙ୍ଗା ଭତ୍ତା, ଘରଭଡ଼ା ଏବଂ ଅନ୍ୟାନ୍ୟ ସୁବିଧା ଅଲଗା ଭାବରେ ଦିଆଯିବ ।

ଆବେଦନ ଶୁଳ୍କ :

SC/ST, ଦିବ୍ୟାଙ୍ଗ ଏବଂ ମହିଳାଙ୍କ ପାଇଁ ୧୭୫ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ସେହିପରି ଅନ୍ୟ ଇଚ୍ଛୁକ ପ୍ରାର୍ଥୀ (General/OBC/EWS) ଙ୍କ ପାଇଁ ୮୫୦ ଟଙ୍କା ରଖାଯାଇଛି ।

ଚୟନ ପ୍ରକ୍ରିୟା :

ଅନଲାଇନ୍ ପରୀକ୍ଷା ଏପ୍ରିଲ ମାସରେ ହେବାର ଆଶା କରାଯାଉଛି । ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିବେ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଆବେଦନ ପ୍ରକ୍ରିୟା :

ସର୍ବପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

ସେଠାରେ ‘କ୍ୟାରିଅର’ ସେକ୍ସନକୁ ଯାଇ ‘ନିଯୁକ୍ତି ବିଶେଷଜ୍ଞ ଅଧିକାରୀ ୨୦୨୬’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ପ୍ରଥମେ ନିଜକୁ ରେଜିଷ୍ଟ୍ରେସନ୍ କରନ୍ତୁ ଏବଂ ତା’ପରେ ଲଗ ଇନ୍ କରି ଫର୍ମ ପୂରଣ କରନ୍ତୁ ।

ତା’ପରେ ଆପଣଙ୍କର ଫଟୋ, ସିଗ୍ନେଚର ଏବଂ ଆବଶ୍ୟକୀୟ ପ୍ରମାଣପତ୍ର ଅପଲୋଡ୍ କରନ୍ତୁ ।

ଆବେଦନ ଶୁଳ୍କ ଦେଇ ଫର୍ମ ଦାଖଲ କରନ୍ତୁ।

ଶେଷରେ ଫର୍ମର ଏକ ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ ।

Also Read : ବ୍ୟାଙ୍କ୍ ଅଫ୍ ବରୋଦାରେ ୪୪୧ଟି IT ପଦବୀ କାଲି, ଜାଣନ୍ତୁ କିପରି କରିବେ ଆବେଦନ