ବାବା ଦିବାକର ଦାସ ମହାରାଜଙ୍କ ୩୫ତମ ଜନ୍ମଦିନ ପାଳିତ

ଜଗତସିଂହପୁର : ବାବା ଦିବାକର ଦାସ ମହାରାଜ । ଯିଏ ସଦାସର୍ବଦା ଏଇ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଏବଂ ନୀତିବାଣୀ ଦେଇଥାନ୍ତି । ତେବେ ବାବା ଦିବାକର ଦାସଙ୍କ ୩୫ତମ ଜନ୍ମଦିନ ଖୁବ୍ ଆଧ୍ୟାତ୍ମିକ ପରିବେଶ ଭିତରେ ପାଳନ ହୋଇଯାଇଛି ।ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଲିଆଗୋପୀନାଥପୁର ଠାରେ ଝୁଲା ଗୋପୀନାଥ ମନ୍ଦିର ପରିସରରେ ବାବା ଦିବାକର ଦାସଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ସବୁ ସାଧୁସନ୍ଥ ଏବଂ ବାବା ଦିବାକର ଦାସ ନିଜେ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ସାଧୁସନ୍ଥ ମାନଙ୍କ ଦ୍ୱାରା ଦିବ୍ୟବଚନ, ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବହୁ ସାଧୁ ସନ୍ଥ ,କବି, ଲେଖକ ,ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଏହି ଉତ୍ସବର ଶେଷରେ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା ।
ତେବେ ନିଜ ଜନ୍ମଦିନ ଅବସରରେ ବାବା କହିଥିଲେ ଯେ, ନିଜ ବାପା ମାଆଙ୍କୁ ସବୁବେଳେ ସମ୍ମାନ ଦିଅନ୍ତୁ । ସେମାନଙ୍କୁ ଭଲ ପାଇବା ଦିଅନ୍ତୁ । ସେମାନଙ୍କର ବି ଜନ୍ମଦିନ ପାଳନ କରୁନ୍ତୁ । ସେମାନଙ୍କୁ ପୂଜା କଲେ ମନ୍ଦିରର ଭଗବାନ ଆପେ ଆପେ ଖୁସି ହୋଇଯିବେ ବୋଲି କହିଥିଲେ ବାବା ଦିବାକର ଦାସ ମହାରାଜ ।
ଏପଟେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାଲିଆଗୋପୀନାଥପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ବହୁ ଭକ୍ତମାନେ ଯୋଗଦେଇ ବାବାଙ୍କ ଦର୍ଶନ ସହ ପ୍ରବଚନ ପାଠ କରି ପ୍ରଭୁ କୃପା ଲାଭ କରିଥିଲେ । ତେବେ ଏହି ପ୍ରବଚନରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।