ଖାଲି ପଡିଛି ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପାଇଁ ୩୬୨୩ ପଦବୀ, ଆବେଦନ ପ୍ରକ୍ରିୟା ଆରମ୍ଭ

ସରକାରୀ ଚାକିରି ଖୋଜୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବିହାର ଟେକନିକାଲ ସର୍ଭିସ କମିଶନ (BTSC) ପକ୍ଷରୁ ସୁବର୍ଣ୍ଣ ସୁଯୋଗ । ସ୍ପେଶାଲିଷ୍ଟ ମେଡିକାଲ ଅଫିସର (SMO)ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି । ଯୋଗ୍ୟ ତଥା ଇଛୁକ ଥିବା ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ୪ ମାର୍ଚ୍ଚ ୨୦୨୫ରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନକାରୀମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଶେଷ ତାରିଖ ପରେ ଆବେଦନର କୌଣସି ସୁଯୋଗ ଦିଆଯିବ ନାହିଁ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ସାଇଟକୁ ଯାଇ ଚେକ କରିପାରିବେ ।
ପଦବୀ ବିବରଣୀ :୩୬୨୩
ଏନେସ୍ଥେଟିଷ୍ଟ – ୯୮୮
ଡର୍ମୋଟୋଲଜିଷ୍ଟ -୮୬
ENT -୮୩
ଜେନେରାଲ ସର୍ଜନ-୫୪୨
ସ୍ତ୍ରୀ ରୋଗ ବିଶେଷଜ୍ଞ – ୫୪୨
ମାଇକ୍ରୋବାୟୋଲାଜିଷ୍ଟ – ୧୯
ଆଖି ରୋଗ ବିଶେଷଜ୍ଞ – ୪୩
ହାଡ ରୋଗ ବିଶେଷଜ୍ଞ -୧୨୪
ଶିଶୁ ରୋଗ ବିଶେଷଜ୍ଞ -୬୧୭
ପ୍ରୄଥୋଲୋଜିଷ୍ଟ -୭୫
ଫିଜିସିଆନ -୩୦୬
ମନସ୍ତତ୍ଵବିତ୍ତ -୧୪
ରେଡ଼ିଓଲେଜିଷ୍ଟ -୧୮୪
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୪ ମାର୍ଚ୍ଚ ୨୦୨୫ରୁ ୧ ଏପ୍ରିଲ ୨୦୨୫ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ଅଲଗା ଅଲଗା ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନ ଚେକ୍ କରିପାରିବେ ।
ବୟସ ସୀମା : ସେହିଭଳି ଭିନ୍ନ ପଦବୀ ପାଇଁ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନ ଚେକ୍ କରିପାରିବେ ।
ଆବେଦନ ଶୁକ୍ଳ : ସାଧାରଣ ବର୍ଗ, ଓବିସି, ଇଡବ୍ଲୁଏସ ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ଦେବାକୁ ଧାର୍ଯ୍ୟ କରାଯାଇଛି । ଅନୁସୂଚିତ ଜାତି/ଜନଜାତି /ମହିଳା ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଦେବାର ଶୁକ୍ଳ ଧାର୍ଯ୍ୟ କରାଯାଇଛି । ବିହାର ରାଜ୍ୟ ଛଡା ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରାର୍ଥୀମାନେ ୬୦୦ ଟଙ୍କା ଶୁକ୍ଳ ଦେବାକୁ ହେବ ।
ଆବେଦନ ପ୍ରକ୍ରିୟା :
ପ୍ରାର୍ଥୀମାନେ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜର “ହ୍ୱାଟସ ନ୍ୟୁ” ସେକସନର ନୋଟିଫିକେସନକୁ ଯାଆନ୍ତୁ ।
ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରି ବିବରଣୀ ଭରି ଆବେଦନ ଫର୍ମକୁ ପୂରଣ କରନ୍ତୁ ।
ସମସ୍ତ ବିବରଣୀ ଭରିବା ପରେ ଫି ଦେଇ ଆବେଦନ ପ୍ରକ୍ରିୟାକୁ ଶେଷ କରନ୍ତୁ ।
ଶେଷରେ ଏହାର ଏକ ପ୍ରିଣ୍ଟଆଉଟ୍ ବାହାର କରି ସୁରକ୍ଷିତ ଭାବେ ରଖନ୍ତୁ ।

Also Read:ଗ୍ରାଜୁଏଟ ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IDBI ବ୍ୟାଙ୍କରେ ତୁରନ୍ତ କରନ୍ତୁ ଆବେଦନ