ଜାଣନ୍ତୁ ଭାଇର କ’ଣ ସେହି ୪ଟି କଥା, ଯାହାକୁ ଭଉଣୀମାନେ ଜମାରୁ ପସନ୍ଦ କରନ୍ତି ନାହିଁ

ଭାଇ-ଭଉଣୀଙ୍କ ସମ୍ପର୍କରେ ସ୍ନେହଶ୍ରଦ୍ଧା ଭଲ ପାଇବା ସହ ମାଡ଼ଗୋଳ ଓ ପାଟିତୁଣ୍ଡ ବି ରହିଛି। ଏହା ପରେ ବି ଭାଇ-ଭଉଣୀଙ୍କ ସମ୍ପର୍କ ଭଳି ଆଉ କେଉଁ ସମ୍ପର୍କ ଏତେ ମଜଭୁତ ନୁହେଁ। ତେବେ ଭାଇଙ୍କ ସହ ଜଡ଼ିତ ଏଭଳି କିଛି କଥା ରହିଛି ଯାହା ଭାଇ ଭଉଣୀଙ୍କ ସମ୍ପର୍କର ମଧୁରତାକୁ ଶେଷ କରିଦେଇଥାଏ। ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଆଜି ଆସନ୍ତୁ ଜାଣିବା ସେଭଳି କେତୋଟି କଥା ଯାହା ଭାଇ-ଭଉଣୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ…
ସମାନ କାମ ନ ଦେଲେ:
ଘରେ ସାଧାରଣତଃ ପୁଅ ଅପେକ୍ଷା ଝିଅକୁ ଅଧିକ କାମ କରିବାକୁ କହିଥାନ୍ତି। ଝିଅକୁ ଘର କାମ କରିବାକୁ ଚାପ ପକାଯାଉଥିବା ବେଳେ ପୁଅକୁ ଏତେଟା କାମ କରିବାକୁ କହନ୍ତି ନାହିଁ। ଫଳରେ ଝିଅର ରାଗ ପୁଅ ଉପରେ ବଢ଼େ। ଏହା ଦ୍ୱାରା ଭାଇ-ଭଉଣୀଙ୍କ ସମ୍ପର୍କ ଖରାପ ହୁଏ। ଏଣୁ ଘର ଲୋକ ପୁଅକୁ ଭଉଣୀକୁ ସାହାଯ୍ୟ କରିବାକୁ କହିବା ଉଚିତ। ନଚେତ୍ ସମସ୍ତଙ୍କୁ ସମାନ କାମ ଦେବା ଜରୁରୀ।
ସବୁ କଥାରେ ରୋକିବା:
କିଛି ଭାଇ ସବୁ କଥାରେ ଭଉଣୀକୁ ରୋକଟୋକ୍ କରିଥାନ୍ତି। କେତେବେଳେ ଡ୍ରେସ୍କୁ ନେଇ ତ ଆଉ କେତେ ବେଳେ ସାଙ୍ଗସାଥୀଙ୍କୁ। ଏସବୁ ଜିନିଷ ବେଳେ ବେଳେ ଅଧିକ ହେଲେ ଭାଇଭଉଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ଫଳରେ ସମ୍ପର୍କରେ ଖରାପ ହୋଇଯାଏ।
ଅଧିକ ଚିଡ଼ାଇବା:
ଭଉଣୀଙ୍କୁ ଛୋଟ ଛୋଟ କଥାରେ ଚିଡ଼ାଇବା ସବୁ ଭାଇଙ୍କର ଏକ ଅଭ୍ୟାସ। କିନ୍ତୁ ଧ୍ୟାନ ଦେବା ଜରୁରୀରେ ଏହି କାରଣରୁ ଭଉଣୀ ଯେମିତି ଅଧିକ ଟେନ୍ସନ୍ ନ ହୁଅନ୍ତୁ। ଏଣୁ ମଜାକ୍ କିମ୍ବା ଚିଡାଇବା ତ ଠିକ୍ ଅଛି କିନ୍ତୁ ଅତିଟା ସବୁ କ୍ଷେତ୍ରରେ ଖରାପ।
କଥା ନ ଶୁଣିଲେ:
ଘରେ ବାପାମା’ଙ୍କଠୁ ଅଧିକ ଝିଅମାନେ ଭାଇଙ୍କ ସହ ସବୁ କଥା ସେୟାର କରିଥାନ୍ତି। କାରଣ ସେମାନେ ଭାବନ୍ତି ଯେ ଭାଇ ତାଙ୍କୁ ଭଲ ଭାବେ ବୁଝିବ। କିନ୍ତୁ ବେଳେବେଳେ ଭାଇ ନିଜ ସାଙ୍ଗମାନଙ୍କ ସହ ବ୍ୟସ୍ତ ରହି ଭଉଣୀକୁ ଅଣଦେଖା କରିଥାଏ। ଫଳରେ ଭଉଣୀର ବିଶ୍ୱାସ ଭାଇ ଉପରରୁ ଉଠିଯାଏ। ଏହାର ପ୍ରଭାବ ସିଧାସଳଖ ସେମାନଙ୍କ ସମ୍ପର୍କ ଉପରେ ପଡ଼ିଥାଏ।