ଶାରୀରିକ ସମ୍ପର୍କ ଯୋଗୁ ବ୍ୟାପୁଛି ଏହି ୪ଟି ନୂଆ ମାରାତ୍ମକ ରୋଗ, ଖାସ୍‌ କରି ଯୁବପିଢ଼ି ହେଉଛନ୍ତି ଶିକାର

ପ୍ରତିଦିନ ନୂଆ ନୂଆ ବେମାରି ସାମ୍ନାକୁ ଆସୁଛି। ଏସବୁ ରୋଗ ମଧ୍ୟରୁ ସବୁଠାରୁ ସାଂଘାତିକ ବେମାରି ହେଉଛି ଯୌନ ସମ୍ବନ୍ଧୀୟ ରୋଗ। ପ୍ରତିଦିନ ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ସେଭଳି ନୂଆ ଚାରିଟି ବ୍ୟାକ୍ଟେରିଆ ବାହିତ ରୋଗ ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି…

sex2

୧. ନାଇସେରିୟା ମେନ୍‌ଜାଇଟିସ୍‌:

ନାଇସେରିୟା ମେନ୍‌ଜାଇଟିସ୍‌କୁ ମେନିଙ୍ଗୋକସ୍‌ ମଧ୍ୟ କୁହାଯାଏ। ଏହି ବ୍ୟାକ୍ଟେରିଆ ମସ୍ତିଷ୍କ ଓ ସ୍ପାଇନାଲ ହାଡ଼କୁ ସଂକ୍ରମିତ କରିଥାଏ। ମାତ୍ର ଏହି ରୋଗ ଯୋଗୁ ପ୍ରାୟତଃ ୟୁରୋଜେନିଟାଲ ସଂକ୍ରମଣ ହୁଏ। ପ୍ରାୟ ୫ରୁ ୧୦ ପ୍ରତିଶତ ଯୁବକଙ୍କ କ୍ଷେତ୍ରରେ ନାଇସେରିୟା ମେନ୍‌ଜାଇଟିସ୍‌ ବ୍ୟାକ୍ଟେରିଆ ଗଳା ଓ ନାକ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ।

sex disease

ଏକ ରିସର୍ଚ୍ଚ ମୁତାବକ ଓରାଲ ସେକ୍ସ ତଥା ଅନ୍ୟ ରୋମାଣ୍ଟିକ୍‌ ଆକ୍ଟ ମାଧ୍ୟମରେ ଇନ୍‌ଫେକସନ୍‌ ପାର୍ଟନରଙ୍କ ପାଖକୁ ପହଞ୍ଚିଥାଏ। ମୋଟ ପାଞ୍ଚ ପ୍ରକାରର ଏନ୍‌ ମେନ୍‌ଜାଇଟିସ୍‌ ସମସ୍ତ ଯୌନ ସଂକ୍ରମଣ ପାଇଁ ଦାୟୀ। ତେବେ ବର୍ତ୍ତମାନ ଏହି ବ୍ୟାକ୍ଟେରିଆ ପାଇଁ ଦୁଇଟି ଭ୍ୟାକ୍‌ସିନ୍‌ ଉପଲବ୍ଧ ହେଉଛି, ଯାହା ସାହାଯ୍ୟରେ ବ୍ୟାକ୍ଟେରିଆଙ୍କ ପ୍ରଭାବ କମ୍‌ କରି ହେବ।

୨. ମାଇକୋପ୍ଲାଜମା ଜେନିଟେଲିୟମ୍‌:

sex disease2

ମାଇକୋପ୍ଲାଜମା ଜେନିଟେଲିୟମ୍‌ ଦୁନିଆର ସବୁଠାରୁ ସୂକ୍ଷ୍ମ ବ୍ୟାକ୍ଟେଟିଆ ମଧ୍ୟରୁ ଗୋଟିଏ। କିନ୍ତୁ ଏଥିରେ ହେଉଥିବା ସେକ୍ସୁଆଲ ଟ୍ରାନ୍ସମିଟେଡ୍‌ ସଂକ୍ରମଣ ଦୁନିଆର ସବୁଠାରୁ ବଡ଼ ରୋଗ କହିଲେ ଚଳେ। ୧୯୮୦ ମସିହାରେ ପ୍ରଥମେ ଏହି ରୋଗ ବିଷୟରେ ଜଣାପଡ଼ିଥିଲା। ଏହି ବ୍ୟାକ୍ଟେରିଆ ଦ୍ୱାରା ପ୍ରାୟ ୧ରୁ ୨ ପ୍ରତିଶତ ଲୋକ ସଂକ୍ରମିତ ହୋଇଥାନ୍ତି। ଏହି ବ୍ୟାକ୍ଟେରିଆ ମହିଳାଙ୍କ ପ୍ରଜନନ ନଳୀରେ ପୋଲଓ୍ଵିକ୍‌ ସମସ୍ୟାର ମୁଖ୍ୟ କାରଣ। ଏହା ଦ୍ୱାରା ବାଞ୍ଝପଣ, ଗର୍ଭପାତ, ସମୟ ପୂର୍ବରୁ ପ୍ରସବ ଏମିତିକି ଭ୍ରୁଣର ମୃତ୍ୟୁ ମଧ୍ୟ ହୋଇପାରେ। ସମ୍ବନ୍ଧ ବେଳେ କଣ୍ଡୋମ୍‌ ବ୍ୟବହାର କଲେ ଏସବୁ ରୋଗ ବ୍ୟାପିନଥାଏ।

sex disease3

୩. ଶିଗେଲା ଫ୍ଲେକ୍ଜେନରୀ:

ଏହାକୁ ଶିଗ୍ଲୋସିସ୍‌ ମଧ୍ୟ କୁହାଯାଏ। ଏହା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ମନୁଷ୍ୟ ମଳ ସଂସ୍ପର୍ଶରେ ଆସିବା ଯୋଗୁ ବ୍ୟାପିଥାଏ। ଏହି ସଂକ୍ରମଣ ହେବା ଦ୍ୱାରା ପେଟରେ ପ୍ରବଳ ଯନ୍ତ୍ରଣା ହେବା ସହ ଡାଇରିଆ ଭଳି ସମସ୍ୟା ଦେଖାଯାଏ। ବୈଜ୍ଞାନିକଙ୍କ କହିବାନୁସାରେ ଓରାଲ ସେକ୍ସ ଓ ଆନାଲ ସେକ୍ସ ଦ୍ୱାରା ଏହି ରୋଗ ବ୍ୟାପେ। ଅଧିକାଂଶ ଲୋକଙ୍କ ଠାରେ ଏହି ରୋଗ ଦେଖାଯାଏ।

love

୪. ଲିମ୍ଫୋଙ୍ଗୁଲୋମା ଭେନେରିୟମ୍‌(LGV)

କ୍ଲୋମାଇଡିୟା ଟ୍ରେକୋମାଟିସ୍‌ ଯୋଗୁ ହେଉଥିବା ଏହି ଏସ୍‌ଟିଆଇ(ସେକ୍ସୁଆଲ ଟ୍ରାନ୍ସମିଟେଡ୍‌ ଇନ୍‌ଫେକ୍ସନ୍‌) ଭୟାଙ୍କର ସଂକ୍ରମଣର କାରଣ ହୋଇପାରେ। ଏଲ୍‌ଜିଭି ସଂକ୍ରମଣ ଯୋଗୁ ଅସ୍ଥାୟୀ ବ୍ରଣ, ଜନନାଙ୍ଗରେ ଅଲସର ଭଳି ସମସ୍ୟା ଦେଖାଯାଏ। ପରେ ଏହି ବ୍ୟାକ୍ଟେରିଆ ଶରୀରର ଲସିକା ତନ୍ତ୍ରକୁ ସଂକ୍ରମିତ କରିଥାଏ। ଏହା ଦ୍ୱାରା ମଳଦ୍ୱାରରେ ଛୋଟ ଛୋଟ ରିବି ରିବି ହୋଇ ଫଳିଯାଏ, ଯାହା ଖୁବ୍‌ ଯନ୍ତ୍ରଣାଦାୟକ ହୋଇଥାଏ। ଏହି ରୋଗ ଗତ ଦଶନ୍ଧି ହେଲା ୟୁରୋପ ଓ ଉତ୍ତର ଆମେରିକାରେ ପ୍ରବଳ ମାତ୍ରାରେ ବଢ଼ୁଛି। ଖାସ୍‌ କରି ଏହି ରୋଗ ବାଇସେକ୍ସୁଆଲ ଓ ଗେ’ଙ୍କ ଠାରେ ହୋଇଥାଏ।