NPCIL ନିଯୁକ୍ତି ପାଇଁ ୪୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ପାଇଁ ଇଚ୍ଛା ଥିଲେ କରନ୍ତୁ ତୁରନ୍ତ ଆବେଦନ । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ(NPCIL) ଏକ୍ସଜିକ୍ୟୁଟିଭ ଟ୍ରେନିଂ ପାଇଁ ୪୦୦ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା କରାଯିବ ନାହିଁ ବରଂ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବ । ଅଧିକ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନକୁ ଚେକ୍ କରନ୍ତୁ।
ପଦବୀ ବିବରଣୀ : ୪୦୦
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୦ ଏପ୍ରିଲଠାରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଗ୍ରାଜୁଏଟ୍ ଅପ୍ଟିଜିୟୁଟ ଟେଷ୍ଟ ଇନ୍ ଇଞ୍ଜିନିୟରିଂ(GATE)ରେ ସ୍ନାତ୍ତକ ହାସଲ କରିଥିବା ଆବଶ୍ୟକ । ୨୦୨୨ର GATE ପରୀକ୍ଷାର ମାର୍କକୁ ଗଣତି କରାଯିବ ନାହିଁ ।
ଆବେଦନ ଶୁଳ୍କ : ଜେନେରାଲ, ଓବିସି ଏବଂ EWS ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି, ଏସଟି ଏବଂ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ । ଅନଲାଇନ ମାଧ୍ୟମରେ ଶୁଳ୍କ ଦିଆଯିବ ।
ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କୁ ଇଣ୍ଟରଭ୍ୟୁ ଜରିଆରେ ବନୋନୀତ କରାଯିବ । ଇଣ୍ଟରଭ୍ୟୁ GATE ପରୀକ୍ଷାର ସ୍କୋର ଅନୁଯାୟୀ ଚୟନ ପ୍ରକ୍ରିୟା କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଦିଆଯାଇଥିବା ଵିଜ୍ଞପ୍ତିକୁ ଭଲ ଭାବେ ପଢି ଜରୁରୀ ଡକ୍ୟୁମେଣ୍ଟ୍କୁ ପ୍ରସ୍ତୁତ କରନ୍ତୁ ।
Also Read : ପୋଲିସ ଚାକିରି ପାଇଁ ୧୨୯୯ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ