ଶାରୀରିକ ସମ୍ପର୍କକୁ ନେଇ ପୁରୁଷଙ୍କ ମନରେ ଆସୁଥିବା ଏହି ସବୁ ଭୟ ବେଡ଼ରୁମ ଲାଇଫ ଓ ବୈବାହିକ ଜୀବନକୁ କରିପାରେ ନଷ୍ଟ

ଯେତେ ସୁସ୍ଥ ଓ ଫିଟ୍‌ ରହିଲେ ମଧ୍ୟ ପୁରୁଷମାନେ ଶାରୀରିକ ସମ୍ପର୍କକୁ ନେଇ ବେଳେବେଳେ ଚିନ୍ତିତ ହୋଇପଡ଼ନ୍ତି। ଫଳସ୍ୱରୂପ ଏହାର ପ୍ରଭାବ ତାଙ୍କ ସମ୍ପର୍କ ଉପର ପଡ଼ିଥାଏ ଓ ବେଡ୍‌ରୁମ୍‌ ଲାଇଫ୍‌ ପ୍ରଭାବିତ ହୋଇଥାଏ। ପୁରୁଷଙ୍କ ମନରେ ସମ୍ଭୋଗକୁ ନେଇ ଅନେକ ଭୁଲ ଧାରଣା ଥାଏ, ଯାହା ପାର୍ଟନରଙ୍କ ସହ ତାଙ୍କ ସମ୍ପର୍କ ଉପରେ ଭାରୀ ପଡ଼ିଥାଏ। ଆସନ୍ତୁ ଜାଣିବା ସମ୍ବନ୍ଧ ବନାଇବାକୁ ନେଇ ପୁଅମାନଙ୍କ ମଧ୍ୟରେ ଥିବା ମୁଖ୍ୟ ଡର ଓ ସେଥିରୁ ବର୍ତ୍ତିବା ଉପାୟ ସମ୍ପର୍କରେ…

୧.ପାର୍ଟନରଙ୍କୁ ଖୁସି କରିପାରୁଛି ତ?

ବେଡ୍‌ରୁମ୍‌ରେ ପାର୍ଟନରଙ୍କୁ ଖୁସି କରିପାରୁଛନ୍ତି କି ନାହିଁ ଏହି ଡର ସବୁବେଳେ ପୁରୁଷମାନଙ୍କୁ ଘାରିଥାଏ। ବେଡ୍‌ରେ ମହିଳାମାନଙ୍କୁ କିଭଳି ଭାବେ ସନ୍ତୁଷ୍ଟ କରିପାରିବେ ସେହି କଥା ଭାବି ଭାବି ପୁରୁଷମାନେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି। ଫଳସ୍ୱରୂପ ସେ ଭଲ ପରଫମାନ୍ସ ଦେଇପାରନ୍ତି ନାହିଁ।

ଏଥିରୁ ବର୍ତ୍ତିବା ଉପାୟ

ଡାକ୍ତରଙ୍କ କହିବାନୁସାରେ ବେଡ୍‌ରେ ଏଭଳି ଭାବନାରୁ ବିରତ ରହିବା ଉଚିତ। ପାର୍ଟନରଙ୍କ ସହ ସମ୍ପର୍କ ସ୍ଥାପନ ବେଳେ ଅନ୍ୟ କଥା ଚିନ୍ତା ନ କରି ସେ କ’ଣ ଚାହୁଁଛନ୍ତି ତାହା ବୁଝିବାକୁ ଚେଷ୍ଟା କରନ୍ତୁ।

୨. ପାର୍ଟନର ଗର୍ଭବତୀ ହେଉନଥିବାରୁ ଚିନ୍ତା

ବେଳେବେଳେ କିଛି ଦମ୍ପତିଙ୍କ କ୍ଷେତ୍ରରେ ଗର୍ଭଧାରଣକୁ ନେଇ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି କ୍ଷେତ୍ରରେ ପୁରୁଷମାନେ ପିତା ହୋଇପାରିବେ କି ନାହିଁ ବୋଲି ଭାବି ଚିନ୍ତିତ ହୋଇପଡ଼ିଥାନ୍ତି। ଯାହାର ପ୍ରଭାବ ସିଧାସଳଖ ସେମାନଙ୍କ ଶାରୀରିକ ସମ୍ପର୍କ ଉପରେ ପଡ଼ିଥାଏ।

ମୁକ୍ତିି ପାଇବା ଉପାୟ

ସମ୍ପର୍କ ସ୍ଥାପନ ବେଳେ ଭବିଷ୍ୟତ କଥା ଚିନ୍ତା ନ କରି ବର୍ତ୍ତମାନର ମଜା ନିଅନ୍ତୁ। ଯଦି କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହାସହ ପଢ଼ନ୍ତୁ: ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଖାସ ଧ୍ୟାନ

୩. ପର୍ଣ୍ଣ ଫିଲ୍ମ ଭଳି ପରଫର୍ମ କରିନପାରିବା ଭୟ

ଶାରୀରିକ ସମ୍ପର୍କ ସବୁବେଳେ ପର୍ଣ୍ଣ ଫିଲ୍ମ ଭଳି ହେବା ଦରକାର ବୋଲି କିଛି ପୁରୁଷଙ୍କ ଚିନ୍ତାଧାରା ଥାଏ। ଫଳରେ ଯଦି ସେ ସାଥୀଙ୍କ ସହ ସେଭଳି ସମ୍ପର୍କ ରଖିପାରିନଥାନ୍ତି ତାଙ୍କୁ ଲାଗେ ଯେ ସେ ଠିକ୍‌ ଭାବେ ସମ୍ଭୋଗ କରିପାରୁନାହାନ୍ତି। ଏହା ଦ୍ୱାରା ସେ ନିଜକୁ ଅସମର୍ଥ ଭାବି ଚାପଗ୍ରସ୍ତ ହୋଇପଡ଼ନ୍ତି।

ବର୍ତ୍ତିବା ଉପାୟ

ଡାକ୍ତରଙ୍କ କହିବାନୁସାରେ ପୁରୁଷମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ କୌଣସି ପର୍ଣ୍ଣ ଫିଲ୍ମ ସହ ତୁଳନା କରିବା ଅନୁଚିତ। ଏଭଳି କରିବା ଦ୍ୱାରା ଆପଣ ନିଜ ସାଥୀଙ୍କୁ ଏକ ଖେଳନା ଭାବେ ବ୍ୟବହାର କରିଥାନ୍ତି। ଯାହା ତାଙ୍କୁ ଆଘାତ ଦେଇପାରେ। ଏଣୁ ଏଭଳି ଚିନ୍ତାଧାରାଠୁ ଦୂରେଇ ରହି ସାଥୀଙ୍କୁ ଭଲ ପାଆନ୍ତୁ ଓ ତାଙ୍କ ଆବଶ୍ୟକତାକୁ ପୂରଣ କରନ୍ତୁ।

୪. ଶୀଘ୍ର ସ୍ଖଳନର ଭୟ

ଶାରୀରିକ ସମ୍ପର୍କ ବେଳେ ଉଭୟ ପତି-ପତ୍ନୀଙ୍କ ସନ୍ତୁଷ୍ଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ ବେଳେବେଳେ ପାର୍ଟନରଙ୍କ ସନ୍ତୁଷ୍ଟି ପୂର୍ବରୁ ହିଁ କିଛି ପୁରୁଷ ଶେଷ ଅବସ୍ଥାରେ ପହଞ୍ଚିଯାଇଥାନ୍ତି ଓ ଶୀଘ୍ର ସ୍ଖଳନ ହୋଇଯାଇଥାଏ। ସେତେବେଳେ କେବଳ ସେ ହିଁ ସନ୍ତୁଷ୍ଟ ହୋଇଥାନ୍ତି, କିନ୍ତୁ ମହିଳା ସେତିକି ସୁଖ ପାଇନଥାନ୍ତି ଯେତିିକି ଆଶା କରୁଥାନ୍ତି। ଏହି ବିଷୟରେ ଭାବି ଭାବି ମଧ୍ୟ କିଛି ପୁରୁଷ ଚିନ୍ତିତ ହୋଇଯାଆନ୍ତି।

ଏଥିରୁ ମୁକ୍ତିି ପାଇବା ଉପାୟ

ଡାକ୍ତରଙ୍କ କହିବାନୁଯାୟୀ ଚିକିତ୍ସା ବିଜ୍ଞାନ ଅନୁସାରେ ଯେଉଁ ପୁରୁଷ ସେମାନଙ୍କ ସ୍ଖଳନ ଏକ ମିନିଟ୍‌ ପର୍ଯ୍ୟନ୍ତ ରୋକିପାରନ୍ତି ସେମାନେ ନର୍ମାଲ ହୋଇଥାନ୍ତି। କିନ୍ତୁ ଏଭଳି କରିପାରୁନଥିବା ଲୋକଙ୍କ ଚିନ୍ତାଧାରା ନକାରାତ୍ମକ ହୋଇଥାଏ। ଏଣୁ ଚିନ୍ତାଧାରାକୁ ପ୍ରଥମେ ବଦଳାନ୍ତୁ।

ଏହାସହ ପଢ଼ନ୍ତୁ: ଆସିଲା ଏମିତି ଟେକ୍ନୋଲୋଜି, ଦୂରରେ ଥିବା ପାର୍ଟନରଙ୍କ ସହ ମଧ୍ୟ ରଖି ହେବ ଶାରୀରିକ ସମ୍ପର୍କ

୫.ମାଷ୍ଟରବେସନ୍‌ ସହ ଜଡ଼ିତ ଡର

କେତେକ ସର୍ଭେ ମୁତାବକ ମାଷ୍ଟରବେସନ୍‌ର ପ୍ରଭାବ ସେକ୍ସ ଲାଇଫ୍‌ ଉପରେ ଆଦୌ ପଡ଼ିନଥାଏ। କିନ୍ତୁ ଅଧିକାଂଶ ପୁରୁଷ ଭାବିଥାନ୍ତି ଯେ କିଶୋର ଅବସ୍ଥାରେ କରିଥିବା ମାଷ୍ଟରବେସନ୍‌ ବର୍ତ୍ତମାନ ସମ୍ବନ୍ଧ ବନାଇବାରେ ସମସ୍ୟା ସୃଷ୍ଟି କରିବ।

ଏଥିରୁ ବର୍ତ୍ତିବା ଉପାୟ

ଡାକ୍ତର ଅରୋରାଙ୍କ ପରାମର୍ଶ ଅନୁସାରେ ମାଷ୍ଟରବେସନ୍‌ ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ଆଦୌ ପଡ଼ିନଥାଏ। କିନ୍ତୁ ମାଷ୍ଟରବେସନ୍‌ କରିବା ଭୁଲ ବୋଲି ଭାବିବା କ୍ଷତିକାରକ ହୋଇଥାଏ। ଏଣୁ ସାଥୀଙ୍କ ସହ ବେଡ୍‌ରେ ଥିବା ବେଳେ ମାଷ୍ଟରବେସନ୍‌ କଥା ଛାଡ଼ି ବର୍ତ୍ତମାନର ଲାଇଫ୍‌ ଏନ୍‌ଜୟ କରିବା ଉଚିତ।