ଶାରୀରିକ ସମ୍ପର୍କ ପରେ ମହିଳାମାନେ ଭୁଲରେ ବି କରନ୍ତୁନି ଏହିସବୁ କାମ, ଜୀବନ ପ୍ରତି ଆସିପାରେ ବିପଦ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ମାନସିକ ଭାବେ ପାର୍ଟନରଭ୍କୁ ପରସ୍ପର ସହ ଯୋଡ଼ି ରଖିଥାଏ। ଏଥିସହ ଭଲ ପାଇବା ମଧ୍ୟ ବଢ଼ାଏ। ମାତ୍ର ଅନ୍ତରଙ୍ଗ ମୁହୂର୍ତ୍ତରେ ବେଳେ ବେଳେ ଲୋକମାନେ କିଛି ଏମିତି ଭୁଲ କରିବସନ୍ତି ଯାହା ପରେ ସମସ୍ୟା ସୃଷ୍ଟି କରିଥାଏ। ଖାସ୍ କରି ମହିଳାମାନେ ସହବାସ ପରେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ। ଏହା ଦ୍ୱାରା ସେକ୍ସ ଲାଇଫ୍ ଭଲ ରହିଥାଏ। ତେବେ ଆସନ୍ତୁ ଜାଣିବା ସହବାସ ପରେ ମହିଳାମାନେ କେଉଁ କାମ କରିବା ଅନୁଚିତ୍…
ସମ୍ଭୋଗ ପରେ ତୁରନ୍ତ ବାଥ୍ରୁମ୍ ଯାଆନ୍ତୁ:
ଡାକ୍ତରଙ୍କ କହିବାନୁସାରେ ମହିଳାମାନେ ସହବାସ ପରେ ତୁରନ୍ତ ବାଥରୁମ୍ ଯାଇ ପରିସ୍ରା କରିନେବା ଉଚିତ। ଏହା ଦ୍ୱାରା ସେକ୍ସ ବେଳେ ଶରୀରକୁ ପ୍ରବେଶ କରିଥିବା ବ୍ୟାକ୍ଟେରିଆ ଓ ଜୀବାଣୁ ବାହାରି ଆସିଥାନ୍ତି। ସେକ୍ସ ପରେ ପରିସ୍ରା ଯିବା ଦ୍ୱାରା ଆପଣ ୟୁଟିଆଇ ଆଶଙ୍କାକୁ ମଧ୍ୟ କମ୍ କରିପାରିବେ।
ଯୋନିକୁ ପରିଷ୍କାର କରିବା ପାଇଁ ଓଦା ଓ୍ଵାଇପ୍ସ ବ୍ୟବହାର କରନ୍ତୁନି:
ଅଧିକାଂଶ ଲୋକ ସେକ୍ସ ପରେ ଓଦା କପଡ଼ା ବା ଓ୍ଵାଇପ୍ସରେ ଯୋନିକୁ ପରିଷ୍କାର କରିଥା’ନ୍ତି। ମାତ୍ର ଏଭଳି କରିବା ଅନୁଚିତ। ଯୋନି ଏକ ସମ୍ବେଦନଶୀଳ ଅଙ୍ଗ ହୋଇଥିବାରୁ ଏହାକୁ ଜୋର୍ରେ ରଗଡ଼ିକି ପରିଷ୍କାର କଲେ କୁଣ୍ଡେଇ ହେବା ସହ ଖଣ୍ଡିଆ ଓ ଜ୍ୱଳନ ହେବା ଆଶଙ୍କା ରହିଛି।
ସାବୁନ୍ରେ ଯୋନିକୁ ଧୋଇବା:
ଯୌନାଙ୍ଗକୁ ସଫା କରିବା ପାଇଁ ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଆଜି ହିଁ ଏହି ଅଭ୍ୟାସ ଛାଡ଼ନ୍ତୁ। ଯୋନିରେ ପ୍ରାକୃତିକ ଲୁବ୍ରିକାଣ୍ଟ ରହିଛି ଯାହା ଏହାକୁ ମଶ୍ଚରାଇଜ ରଖିବାରେ ସାହାଯ୍ୟ କରେ। ସାବୁନରେ ଧୋଇବା ଦ୍ୱାରା ମଶ୍ଚରାଇଜ ନଷ୍ଟ ହୋଇଯାଏ। ଏଣୁ ସାବୁନ ବ୍ୟବହାର ନ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ସେହି ପୋଷାକରେ ଶୋଇବା:
ସମ୍ଭୋଗ ପରେ ହାଲିଆ ହୋଇ ଲୋକମାନେ ସେହି ପୋଷାକରେ ହିଁ ଶୋଇପଡ଼ିଥାନ୍ତି। ଏହା ଦ୍ୱାରା ପୋଷାକରେ ଝାଳ ଲାଗିରହେ ଓ ଚର୍ମ ସଂକ୍ରମଣର ଆଶଙ୍କା ରହିଥାଏ। ଏଣୁ ସମ୍ଭୋଗ ପରେ ପୋଷାକ ବଦଳାଇ ଶରୀରକୁ ପରିଷ୍କାର କରି ଶୁଅନ୍ତୁ।
ସେକ୍ସ ପରେ ଗାଧୋଇବା:
ସେକ୍ସ ପରେ ଗାଧୋଇବା ବା ସାଓ୍ଵାର ନେବା ଉଚିତ। କିନ୍ତୁ ଗରମ ପାଣି ଟବ୍ରେ ବସିବା ଅନୁଚିତ। ଯୌନ ସମ୍ବନ୍ଧ ବନାଇବା ପରେ ପାଣିରେ ବସିଲେ ଯୌନାଙ୍ଗରେ ଇନ୍ଫେକ୍ସନ୍ ହେବା ଆଶଙ୍କା ରହିଛି। ଏଣୁ ଏହି ଭୁଲ ଆଦୌ କରନ୍ତୁ ନାହିଁ।