ପ୍ରତ୍ୟେକ ଭାରତୀୟଙ୍କ ଘରେ ରୁପା ପାତ୍ରକୁ ପରମ୍ପରା ଏବଂ ଶୁଦ୍ଧତାର ପତୀକ ବୋଲି ମାନାଯାଏ । ପୂଜାଠାରୁ ଆରମ୍ଭ କରି ଖାଦ୍ୟ ରଖିବା ପର୍ଯ୍ୟନ୍ତ ସବୁକିଛି ପାଇଁ ଏହାର ବ୍ୟବହାର ଅଧିକ ମାତ୍ରାରେ ହୋଇଥାଏ । କିନ୍ତୁ ସମୟ ପରିବର୍ତ୍ତନ ହେବା ସହିତ ଏହାର ଚମକ ମଧ୍ୟ କମିବାରେ ଲାଗୁଛି ।
ପ୍ରକୃତରେ ରୁପା ଜିନିଷ ବାହାର ପବନ ବାଜିବା ଦ୍ବାରା କଳା ପଡିଯାଇଥାଏ । କାହିଁକିନା ପବନରେ ସଲଫର ରହିଛି । ଯାହାଫଳରେ କଳା ଆବରଣ ସୃଷ୍ଟି କରିଥାଏ । ଆମେ ଆପଣଙ୍କୁ ଏହାକୁ ସଫା କରିବାର ଉପାୟ ବତାଇବୁ ।
ରୁପା ସଫା କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ବେକିଂ ସୋଡା ଏବଂ ଆଲୁମିନିୟମ୍ ଫଏଲ । ଗୋଟିଏ ବଡ଼ ରୁପା ପାତ୍ରରେ ଆଲୁମିନିୟମ୍ ଫଏଲ ପକାଇ ସମସ୍ତ ରୁପା ଜିନିଷକୁ ସେଥିରେ ରଖି ବେକିଂ ସୋଡା ଉପରେ ଗରମ ପାଣି ଢାଳି ଦିଅନ୍ତୁ । କିଛି ସମୟ ମଧ୍ୟରେ କଳା ଆବରଣଗୁଡ଼ିକ ଧୀରେ ଧରରେ ସେଥିରୁ ଛାଡିବା ଆରମ୍ଭ କରିବ ।
ଲେମ୍ବୁ ଏବଂ ଲୁଣ ପଦ୍ଧତି ମଧ୍ୟ ଏକ ପୁରୁଣା ଏବଂ ନିର୍ଭରଯୋଗ୍ୟ ଉପାୟ । ଲେମ୍ବୁକୁ ଲୁଣରେ ବୁଡାଇ ରୁପା ଉପରେ ଧୀରେ ଧୀରେ ଘଷନ୍ତୁ । ବଡ଼ ରୁପା ଜିନିଷ ହୋଇଥିଲେ ଲେମ୍ବୁ ରସ ଏବଂ ଲୁଣରେ କିଛି ମିନିଟ୍ ପାଇଁ ବୁଡ଼ାଇ ରଖନ୍ତୁ । ଯାହା ରୁପା ଜିନିଷରୁ କଳା ଆବରଣ ଦୂର କରିବା ପାଇଁ ପ୍ରଭାବଶାଳୀ ହୋଇଥାଏ ।
ଶୀଘ୍ର ରୁପା ଜିନିଷକୁ ସଫା କରିବାକୁ ଚାହୁଁଥିଲେ ଟୁଥପେଷ୍ଟର ସାହାଯ୍ୟ ନେଇପାରିବେ । ଗୋଟିଏ ନରମ କପଡ଼ାରେ ଅଳ୍ପ ଟୁଥପେଷ୍ଟ ଘଷନ୍ତୁ ଏବଂ ପରେ ପାଣିରେ ଧୋଇ ନିଅନ୍ତୁ । ଯାହା ସହଜରେ କଳା ଆବରଣକୁ ଦୂର କରିବ ।
ଅଧିକ ମଇଳା ଦିଶୁଥିଲେ ସେଥିରେ ଭିନେଗାର ଏବଂ ବେକିଂ ସୋଡା ବ୍ୟବହାର କରିପାରିବେ । ଉଷୁମ ପାଣିରେ ଭିନେଗାର ଏବଂ ବେକିଂ ସୋଡ଼ା ମିଶାନ୍ତୁ ଏବଂ ରୁପାକୁ କିଛି ସମୟ ପାଇଁ ବୁଡ଼ାଇ ଦିଅନ୍ତୁ । ଏହାର ଫେଣ ଜମା ହୋଇଥିବା କଳା ଆବରଣକୁ ସଫା କରିଦେବ ।
ଏହା ବ୍ୟତୀତ ରୁପା ଜିନିଷକୁ ସଫା କରିବା ପରେ ସିଧାସଳଖ ଭାବେ ଓଦା ଛାଡି ଦିଅନ୍ତୁ ନାହିଁ । ସବୁବେଳେ ଶୁଖିଲା ସ୍ଥାନରେ ରଖନ୍ତୁ । ଏକ ନରମ କପଡାରେ ଗୁଡ଼ାଇ ସିଲିକା ଜେଲ୍ ଥିବା ପାତ୍ରରେ ରଖନ୍ତୁ । ଉପଯୁକ୍ତ ଭାବେ ରୁପାର ଯତ୍ନ ନିଆଗଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚମକି ଉଠିବ ।