ଓଡିଶା ମେଡିକାଲ ଅଫିସର ପାଇଁ ୫୨୪୮ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଓଡିଶା ମେଡିକାଲ ଅଫିସର ନିଯୁକ୍ତି ପାଇଁ ଓଡିଶା ପବ୍ଲିକ୍ ସର୍ଭିସ କମିଶନର ବଡ ଘୋଷଣା । ଓଡିଶା ମେଡିକାଲ ଅଫିସର ପାଇଁ ୫୨୪୮ ପଦବୀ ଖାଲି ପଡିଛି । ୨୫ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁରହିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୫୨୪୮
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପ୍ରାର୍ଥୀ କୌଣସି ସ୍ବୀକୃତି ପ୍ରାପ୍ତ ମେଡିକାଲ କଲେଜରୁ MBBS ପାସ୍ କରିଥିବା ଆବଶ୍ୟକ ।
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୫ ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ପରୀକ୍ଷା ବିବରଣୀ : ୧୧ ମେ କୁ ପରୀକ୍ଷା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଯାହାକି କଟକ ଏବଂ ଭୁବନେଶ୍ବରରେ କରାଯିବାର ଘୋଷଣା କରାଯାଇଛି । ପରୀକ୍ଷାର ଟୋଟାଲ ମାର୍କ ୨୦୦ ରହିବ । MCQର ପ୍ରଶ୍ନପତ୍ର ରହିବ । ୩ଘଣ୍ଟାର ପରୀକ୍ଷା ଅବଧି ରହିବ। ଭୁଲ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ମଧ୍ୟ କରାଯିବ ।
ଆବେଦନ ପ୍ରକ୍ରିୟା :
ଆବେଦନକାରୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜର ‘ଆପ୍ଲାଏ ଅନଲାଇନ’ଉପରେ କ୍ଲିକ୍ କରନ୍ତୁ ।
ନିଜର ରେଜିଷ୍ଟ୍ରେସନ କରି ମେଡିକାଲ ଅଫିସର ଲିଙ୍କକୁ ଯାଆନ୍ତୁ ।
ଆବଶ୍ୟକୀୟ ବିବରଣୀ ଦେଇ ଫର୍ମ ପୂରଣ କରି ଫର୍ମକୁ ସମିଟ କରନ୍ତୁ ।
ଶେଷରେ ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
Also Read : ରାଜସ୍ଥାନରେ ୫୩ ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି, ଦଶମ ଛାତ୍ରଙ୍କ ପାଇଁ ବଡ ସୁଯୋଗ