ରାଜସ୍ଥାନରେ ୫୩ ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି, ଦଶମ ଛାତ୍ରଙ୍କ ପାଇଁ ବଡ ସୁଯୋଗ

ରାଜସ୍ଥାନରେ ସରକାରୀ ଚାକିରୀ ଅପେକ୍ଷାରେ ଥିବା ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଆସିଲା ବଡ ଅଫର । ରାଜସ୍ଥାନ ଷ୍ଟାପ୍ ସିଲେକ୍ସନ ବୋର୍ଡ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ଘୋଷଣା କରାଯାଇଛି । ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୨୧ମାର୍ଚ୍ଚରୁ ଆରମ୍ଭ ହୋଇଛି । ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୫୩,୭୪୯
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ୧୦ମ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହୋଇଥିବା ଆବଶ୍ୟକ । SC, ST, OBC, MBC, EWS ଆବେଦନକାରୀଙ୍କ ପାଇଁ ୫ ବର୍ଷ ବୟସସୀମା ଛାଡ କରାଯାଇଛି।
ଆବେଦନ ଶୁଳ୍କ : ସାଧାରଣ ବର୍ଗ, OBC/ MBC ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ନନ୍-କ୍ରିମିଲେୟର OBC, MBC, EWS ଏବଂ ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଆବେଦନ ତାରିଖ : ୨୧ମାର୍ଚ୍ଚରୁ ୧୯ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁରହିବ ।
Also Read : GAILରେ ନିଯୁକ୍ତି ପାଇଁ ୭୩ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ