୬୨ % ଭାରତୀୟ ମହିଳା କରନ୍ତି ସେକ୍ସୀ ଚାଟ୍ ଓ ୨୯ % ମହିଳା କରନ୍ତି ଏପରି କାମ : ସର୍ଭେ

ବଦୁଳିଥିବା ସମାଜ ସହ ତାଳ ଦେଇ ବଦୁଳିଛି ବ୍ୟକ୍ତିର ଲାଇଫ୍ ଷ୍ଟାଇଲ୍ । ମହିଳା ଏବେ ଆଉ ଆବଦ୍ଧ ଭିତରେ ନିଜକୁ ରଖିବାକୁ ଚାହୁଁନି । ଆଧୁନିକତା ସହ ତାଳ ଦେଇ ବଦଳୁଛି ସେମାନଙ୍କର ମାନସିକତା । ଆଜିର ମୋବାଇଲ୍ ଯୁଗରେ ଅଧିକାଂଶ ସମୟ ବିତୁଛି ମୋବାଇଲ ସହ । ଏହି ଛୋଟ ଫୋନ୍ରୁ ସାରା ଦୁନିଆ ବିଷୟରେ ଜାଣି ହେଉଛି ।
ଦୁନିଆର ଯେ କୈାଣସି କୋଣରେ ଥାଇ ବି ଅନ୍ଲାଇନ୍ରେ କଥା ହେବା ସହ ଦେଖି ବି ହେଉଛି । ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ମୋବାଇଲ ବ୍ୟବହାର କରୁଥିବା ୧୯ % ମହିଳା ଡେଟିଙ୍ଗ୍ ଏପ୍ସ ବ୍ୟବହାର କରିଥାନ୍ତି । ସେହିପରି ଅନ୍ୟପକ୍ଷରେ ୬୨ % ମହିଳା ସେକ୍ସ ଚାଟିଂ କରିଥାନ୍ତି । ଯେଉଁ ମହିଳା ସେକ୍ସ ଚାଟିଂ କରିଥାନ୍ତି ସେମାନେ ସ୍ମାଟ୍ଫୋନ୍ ଜରିଆରେ ସେକ୍ସି ଚାଟ୍, ଫଟୋ ଓ ଭିଡିଓ ପଠାଇଥାନ୍ତି ।
ଅନ୍ଲାଇନ୍ ପ୍ରଶ୍ନ-ଉତ୍ତର ଜରିଆରେ କରାଯାଇଥିଲା ରିସର୍ଚ୍ଚ
ଏହି ସପ୍ତାହରେ ଜର୍ଣ୍ଣାଲ ପ୍ଲସରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ ଏହି ରିସର୍ଚ୍ଚରେ ୧୯୧ ଦେଶର ମହିଳା ସାମିଲ ହୋଇଥିଲେ । ପ୍ରାୟ ୧ ଲକ୍ଷ ୩୦ ହଜାର ୮୮୫ ମହିଳାଙ୍କ ଉତ୍ତରରୁ ଏହା ଜଣାପଡ଼ିଥିଲା । ଏଥିରେ ଭାରତର ୨୩ ହଜାର ୯୩ ଜଣ ମହିଳା ସାମିଲ ହୋଇଥିଲେ । ଯେଉଁଥିରେ ମହିଳାଙ୍କୁ ଅନ୍ ଲାଇନ୍ ପ୍ରଶ୍ନ ପଚରାଯାଇଥିଲା ।
ଏହି ବୟସର ମହିଳା କରନ୍ତି ଡେଟିଂ ଏପ୍ସର ବ୍ୟବହାର
ରିସର୍ଚ୍ଚ ଅନୁଯାୟୀ ୧୯ % ମହିଳା ପାର୍ଟନର ଖୋଜିବା ପାଇଁ ସ୍ମାର୍ଟଫୋନ୍ର ବ୍ୟବହାର କରିଥାନ୍ତି । ଏହା ଶୁଣି ଆପଣ ନିଶ୍ଚିତ ଚମକି ପଡ଼ିବେ । ତେବେ ଡେଟିଂ ଏପ୍ସ ବ୍ୟବହାର କରି ପାର୍ଟନର ଖୋଜୁଥିବା ମହିଳାଙ୍କ ବୟସ ୧୮ରୁ ୫୪ ବର୍ଷ ବୟସ ଭିତରେ ରହିଛି । ସବୁଠୁ ଅଧିକ ଡେଟିଂ ଏପ୍ସ ବ୍ୟବହାର କରୁଥିବା ମହିଳାଙ୍କ ବୟସ ହେଉଛି ୨୧ରୁ ୨୪ ବର୍ଷ ଭିତରେ । ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ କେବଳ ୨୯ % ମହିଳା କେବଳ ଉପଭୋଗ କରିବା ପାଇଁ ପାର୍ଟନର ଖୋଜିଥାନ୍ତି ।
ଏହି ମହିଳା ଖୋଜିଥାନ୍ତି ସର୍ଟ ଟର୍ମ ପାର୍ଟନର
ସର୍ଭେ ଅନୁଯାୟୀ ୪୪ % ମହିଳା ଅଳ୍ପ ସମୟ ପାଇଁ ଡେଟିଂ ପାର୍ଟନର୍ ଖୋଜିଥାନ୍ତି । ତେବେ ୩୭ % ମହିଳା ଦୀର୍ଘ ସମୟ ପାଇଁ ଡେଟିଂ ପାର୍ଟନର ଖୋଜିଥାନ୍ତି । ସେହିପରି ୨୪ % ମହିଳା ଆବଶ୍ୟକ ଅନୁଯାୟୀ ପାର୍ଟନର ଖୋଜିଥାନ୍ତି । ଏହାଛଡା ଭାରତରେ ପ୍ରାୟ ୨୩,୦୯୩ ମହିଳାଙ୍କ ମଧ୍ୟରୁ ୬୨ % ମହିଳା ସେକ୍ସ ଚାଟିଂ କରିଥାନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି ।