ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ: ୮ ଜଣଙ୍କ ମୃତ୍ୟୁ, ସାତ ଜଣ ଗୁରୁତର

ବସ୍ତା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ବେଲଗାଁ, ପଣସାପଡ଼ା ଓ ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କ ମୃତ୍ୟୁ। ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍ତା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ବେଲଗାଁ, ପଣସାପଡ଼ା ଓ ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଅଘଟଣ। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ଖେରଙ୍ଗ ଗାଁ ର ପ୍ରତାପ ମାଝୀ ।

ଅନ୍ୟ ମୃତକ ଜଣକ ହେଲେ ମୟୂରଭଞ୍ଜର ଯମୁନା ସିଂ। ଯମୁନା ଓ ତାଙ୍କର ଝିଅ ଆଉ କିଛି ସାଥି ସିଙ୍ଗିଟି ଗାଁ ରେ ବିଲରେ କାମ କରୁଥିଲେ।ହଠାତ ବଜ୍ରାଘାତ ହେବାରୁ ଯମୁନାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୋର ଖନ୍ତାପଡ଼ା ତୁଣ୍ଡରା ପଞ୍ଚାୟତରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେହିପରି ଯାଜପୁର ଦଶରଥପୁର ବ୍ଲକ ହଳଦୀପଡ଼ା ଗାଁରେ ଜଣଙ୍କ ମୃତ୍ୟୁ ଘଟିଛି।…