ଅବନ୍ତୀ ନଗରୀରେ ସ୍ଥାପନା ହେଲା ୮ ଫୁଟର ଶିବ ଲିଙ୍ଗ ସହିତ ଦ୍ଵାଦଶ ଜ୍ୟୋର୍ତିଲିଙ୍ଗ

ପବିତ୍ର ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମୀରେ ରାମ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ସୁତନ ପଞ୍ଚାୟତ ସୂତନ କଲୋନୀ ପାଖରେ କପିଳ ମୁନିଙ୍କ ଆଶ୍ରମରେ ପ୍ରାଣ ପ୍ରତିଷ୍ଠା ହେଇଛି ୮ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ଶିବ ଲିଙ୍ଗ ।

ଗୋପ(କେନ୍ୟୁଜ): ନୂଆ ଇତିହାସ ରଚିଲା ପୁରୀ ଜିଲ୍ଲା ଗୋପ ବ୍ଳକ କୋଣାର୍କ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ୱର ମନ୍ଦିର ନିକଟରେ ଥିବା ଅବନ୍ତୀ ନଗରୀ । ଯେଉଁଠି ପବିତ୍ର ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମୀରେ ରାମ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ସୁତନ ପଞ୍ଚାୟତ ସୂତନ କଲୋନୀ ପାଖରେ କପିଳ ମୁନିଙ୍କ ଆଶ୍ରମରେ ପ୍ରାଣ ପ୍ରତିଷ୍ଠା ହେଇଛି ୮ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ଶିବ ଲିଙ୍ଗ ।

ଯାହାକି ନର୍ମଦା ନଦୀରୁ ଅଣାଯାଇ ସ୍ଥାପନା କରାଯାଇଛି । ଗୋଟିଏ ପଟେ ନୂତନ କରି ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ପ୍ରତିଷ୍ଠା ହେଉଥିବା ଶିବଲିଙ୍ଗ ହରିଶଙ୍କର ନାମରେ ନାମିତ ହୋଇଛି । ହରି ଓ ହରଙ୍କ ମିଳନ ସ୍ଥଳ ପାଲଟିଗଲା ଅବନ୍ତୀ ନଗରୀ ।

ଖାଲି ସେତିକି ନୁହେଁ ପାର୍ଶ୍ବ ଦେବତା ମା ବନଦୂର୍ଗା , ଏଗାରମୁଖୀ ହନୁମାନ , ରାମଙ୍କ ଗୁରୁ କପିଳ ମୁନିଙ୍କ ଭବ୍ୟ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବା ସହିତ, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ସହିତ ୮ ଫୁଟ୍ ର ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଯାହାକି ଆଗାମୀ ଦିନରେ ସାରା ରାଜ୍ୟ ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିବ ବୋଲି ସେଠାରେ ଉପସ୍ଥିତ ଥିବା ସାଧୁ ମହାରାଜା କହିଛନ୍ତି ।

linga

ଅନ୍ୟ ପଟେ ହଜାର ହଜାର ଶ୍ରନ୍ଧାଳୁ ଓ ଶିବ ଭକ୍ତମାନେ ଭଜନ, କିର୍ତ୍ତନ, ହରିବୋଲ, ହୁଳହୁଳି ଓ ଜୟ ହରିଶଙ୍କର ଧୋନି ରେ କମ୍ପିଲା ୬୫ ପୁଟ ବାଲିବନ୍ତ ଉପର ଦ୍ୟାରିକାରୁ ବହୁ ସାଧୁ ସନ୍ଥ ସହ ସ୍ଥାନୀୟ ସାଧୁ ସନ୍ଥ ଯୋଗ ଦେଇଥିଲେ। ପୂରାଣ ବର୍ଣ୍ଣିତ କପିଳ ମୁନି ଏହି ବାଲିବନ୍ତ ଉପରେ ତପସ୍ୟା କରିବା ସହ ରାତିରେ ଭଜନ କିର୍ତ୍ତନ କରନ୍ତି । ଏବେବି କୁଆଡେ ବିଳମ୍ବିତ ରାତିରେ ସେହି ବାଲିବନ୍ତରୁ ଝାଞ୍ଜ ଓ ମୂର୍ଦଙ୍ଗା ସ୍ୱର ଶୁଭୁଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି । ତେବେ ସେହି ବାଲିବନ୍ତ ଆଜି ହରିଶଙ୍କର ପୀଠ ବୋଲି ନାମିତ କରାଯାଇଛି ।