ରାଜଧାନୀରେ ହିଟ ଆଣ୍ଡ ରନ ମାମଲା, ଆଠ ବର୍ଷ ବାଳକର ମୃତ୍ୟୁ
ରାଜଧାନୀରେ ହିଟ ଆଣ୍ଡ ରନ ମାମଲା । ଆଠ ବର୍ଷ ବାଳକର ଜୀବନ ନେଲା ପିକଅପ ଭ୍ୟାନ । ଦ୍ରୁତ ଗତିରେ ମାଡ଼ିଗଲା ଭ୍ୟାନ ।

ରାଜଧାନୀରେ ହିଟ ଆଣ୍ଡ ରନ ମାମଲା । ଆଠ ବର୍ଷ ବାଳକର ଜୀବନ ନେଲା ପିକଅପ ଭ୍ୟାନ । ଦ୍ରୁତ ଗତିରେ ମାଡ଼ିଗଲା ଭ୍ୟାନ । ବାଳକର ମୃତ୍ୟୁ ହୋଇଥିବା ବେଳେ ପିକ୍ ଅପ୍ ଭ୍ୟାନ ଘଟଣା ସ୍ଥଳରୁ ଫେରାର। ଇଞ୍ଚଣା ପଞ୍ଚୟତର ପଦ୍ମକେଶରୀ ପୂର୍ ରାସ୍ତାରେ ଘଟିଛି ଅଘଟଣ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା। କିଏ ଏହି ଦୁର୍ଘଟଣା ଘଟାଇଲା ପୋଲିସ ଟେର ପାଉନି। ନିର୍ବାଚନ ପାଇଁ ଏତେ କଡ଼ା ସୁରକ୍ଷା ସତ୍ୱେ କିଭଳି ପୋଲିସ କୁ ଚକମା ଦେଇ ପିକ ଅପ୍ ଭ୍ୟାନ ଉଭାନ ହୋଇଗଲା ତାହା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ୟ୍ଯ କରିଛି। ମଞ୍ଚେଶ୍ୱର୍ ଥାନା ପୋଲିସ ଏକ ସ୍ବତନ୍ତ୍ର ଟିମ୍ କରି ଖୋଜୁଛି ଭ୍ୟାନ ଓ କିଲର ଡ୍ରାଇଭରକୁ ।
ମୃତକ ନାଁ ଭୂମିକା ଦାସ, ସେ ପଦ୍ମ କେଶରିପୂର୍ ର ମଙ୍ଗୁଳି ଦାସ ଙ୍କ ଝିଅ। ସାଇକେଲ ରେ ଟ୍ୟୁ ସନ୍ ଯାଉଥିବା ବେଲେ ବିସେଲାରି ବୋତଲ ନେଇ ଯାଉଥିବା ପିକ ଅପ୍ ଭ୍ୟାନ ଧକ୍କାରେ ଘଟଣା ସ୍ଥଳରେ ଭୂମିକା ମୃତ୍ୟୁ ହୋଇଥିଲା। ମଞ୍ଚେଶ୍ୱର୍ ପୋଲିସ ମୃତ ଦେହ କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲ ପୋଷ୍ଟ ମର୍ଟମ ପାଇଁ ପଠାଇଛି।