କୋରାପୁଟ: ଆଲମାରି ବୋଝେଇ ଟ୍ରକରୁ ବାହାରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ(କେନ୍ୟୁଜ୍): ଲମତାପୁଟ ପୋଲିସ ଦ୍ବାରା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏକ ଆଇଚର ଟ୍ରକରେ ସ୍ବତନ୍ତ୍ର ଆଲମିରା ମଧ୍ୟରେ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ କରାଯାଉଥୁବାବେଳେ ଚାଙ୍ଗୁଡିପଡା ଛକ ନିକଟରେ ଜଞ୍ଜେଇ ଗାଡିକୁ ଜବତ କରିଛି ପୋଲିସ।
କୋରାପୁଟ ଜିଲ୍ଲାର ଲମତାପୁଟ ଦୁର୍ଗମ ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶ ଆଗ୍ରାର ୨ ଜଣକୁ ଗିରଫ କରାଯାଇଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।