ଏହି ମନ୍ଦିରରେ ପ୍ରସାଦ ଭାବରେ ଦିଆଯାଏ ବିଦେଶୀ ମଦ, ଜଣେ ଭକ୍ତ ଚଢାଇଲେ ୧୦୧ ଓଲ୍ଡ ମଙ୍କ

କେରଳର କୋଲକାତାରେ ଥିବା ଦୁର୍ଯ୍ୟଧନ ମନ୍ଦିରରେ ଏକ ଅଜବ ପ୍ରଥା ରହିଛି । ଏଡକ୍କଡ ଅଂଚଳରେ ସ୍ଥିତ ଏହି ମନ୍ଦିରର ସମ୍ପୂର୍ଣ୍ଣ ନାମ ପୋଋବୋଝୀ ପରୁବେଥୀ ମଲନାଡ ଦୁର୍ଯ୍ୟଧନ ମନ୍ଦିର । ଏଠାରେ ଭଗବାନଙ୍କ ନାମରେ ମଦ ବୋତଲ ପ୍ରସାଦ ଚଢାଯାଏ । ତେବେ ଗତ ଶୁକ୍ରବାର ଦିନ ଏହି ମନ୍ଦିରରେ ଏକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ଜଣେ ଭକ୍ତ ୧୦୧ ଓଲ୍ଡ ମଙ୍କ ବୋତଲ ଚଢାଇଛନ୍ତି ।

ଦକ୍ଷିଣ ଭାରତରେ ଦୁର୍ଯ୍ୟଧନଙ୍କର ଏହା ହେଉଛି ଏକମାତ୍ର ମନ୍ଦିର । ଗ୍ରାମବାସୀ ମାନେ କହନ୍ତି ଥରେ ଏହି ଗ୍ରାମକୁ ଦୁର୍ଯ୍ୟଧନ ବୁଲିବାକୁ ଆସିଥିଲେ, ତାଙ୍କୁ ସେତେବେଳେ ଶୋଷ ଲାଗିଥିଲା । ସେ ଗ୍ରାମର ଜଣଙ୍କ ଘରେ ପାଣି ପିଇବା ପାଇଁ ମାଗିଥିଲେ କିନ୍ତୁ ତାଙ୍କୁ ତାଡି ପିଇବା ପାଇଁ ମିଳିଥିଲା । ତେଣୁ ସେ ବହୁତ ଖୁସୀ ହୋଇଯାଇଥିଲେ ବୋଲି କୁହାଯାଏ ।

ମନ୍ଦିର ସଚିବ ଏସବି ଜଗଦୀଶ କୁହନ୍ତି, ଦୁର୍ଯ୍ୟଧନ ମନ୍ଦିରରେ ମଦ ପ୍ରସାଦ ଚଢାଯାଏ । ମନ୍ଦିରରେ ତାଡି କିମ୍ବା ବିଦେଶୀ ମଦ ଚଢାଯାଉଛି । ଏତଦ୍ ବ୍ୟତୀତ ଲୋକମାନେ ପାନ, ଚିକେନ, ଛେଳି, କପଡା ମଧ୍ୟ ଚଢାନ୍ତି । ପ୍ରତି ଧର୍ମର ଲୋକ ଏଠାକୁ ପୂଜା କରିବା ପାଇଁ ଆସନ୍ତି । ବିଦେଶରେ ଥିବା ଲୋକମାନେ ମଧ୍ୟ ଭଗବାନଙ୍କ ପାଇଁ ବିଦେଶୀ ମଦ ଆଣି ଆସିଥାନ୍ତି ।