ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(AAI)ରେ ଚାକିରି କରିବାର ସ୍ବପ୍ନ ପୂରଣ ହୋଇପାରିବ । ଗ୍ରାଜୁଏଟ ଏବଂ ଡିପ୍ଲୋମା ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କୁଛି । ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୪

ଗ୍ରାଜୁଏଟ ଅପାରଣ୍ଟିସ : ୧୪
ଡିପ୍ଲୋମା ଅପାରଣ୍ଟିସ : ୧୦

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ବବିଦ୍ୟାଳୟରୁ ଇଂଜିନିୟରିଂରେ ୪ ବର୍ଷ ରେଗୁଲାର ଡିଗ୍ରୀ କିମ୍ବା ୩ ବର୍ଷୀୟ ଡିପ୍ଲୋମା ହେବା ଜରୁରୀ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଜରୁରୀ ।

ଷ୍ଟାଇପେଣ୍ଡ : ଗ୍ରାଜୁଏଟ ଅପାରଣ୍ଟିସ ୧୫,୦୦୦ ଟଙ୍କା ପ୍ରତି ମାସକୁ ଏବଂ ଡିପ୍ଲୋମା ଅପାରଣ୍ଟିସ ୧୨,୦୦୦ ଟଙ୍କା ମିଳିବ ।

ଏମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ଫିଟନେସ ସାର୍ଟିଫିକେଟ ଆଧାରରେ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଇମେଲ ଜରିଆରେ ସୂଚନା ପଠାଯିବ ।

କେମିତି କରିବେ ଆବେଦନ :

ପ୍ରାର୍ଥୀ BOAT/NATS ପୋର୍ଟାଲକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ NATS ପୋର୍ଟାଲକୁ ଯାଇ NDLNDC000087 ସର୍ଚ୍ଚ କରିବାକୁ ହେବ । ଏହାପରେ ଆପ୍ଲାଏରେ କ୍ଲିକ୍ କରି ଆବେଦନ ପ୍ରକ୍ରିୟା ପୂରଣ କରିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।