AAI ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ୧୦ ଜାନୁଆରୀରୁ କରିପାରିବେ ଆବେଦନ
ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆରେ ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିଅର ଆସିଷ୍ଟାଣ୍ଟ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୧୦ ଜାନୁଆରୀ ୨୦୨୪ରୁ ୧୦ ଫେବୃଆରୀ ୨୦୨୪ ମଧ୍ୟରେ ହେବ ।

ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆରେ ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିଅର ଆସିଷ୍ଟାଣ୍ଟ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଆବେଦନ ପ୍ରକ୍ରିୟା ୧୦ ଜାନୁଆରୀ ୨୦୨୪ରୁ ୧୦ ଫେବୃଆରୀ ୨୦୨୪ ମଧ୍ୟରେ ହେବ ।
ପଦବୀ ବିବରଣୀ : ୬୪
ସିନିଅର ଆସିଷ୍ଟାଣ୍ଟ : ୧୪
ଅପରେସନ : ୨
ଆକାଉଣ୍ଟସ : ୫
ଜୁନିଆର ଆସିଷ୍ଟାଣ୍ଟ :୪୩
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୦ ଜାନୁଆରୀରୁ ଆରମ୍ଭ ହେବ । ସେହିପରି ଶେଷ ୧୦ ଫେବୃଆରୀ ୨୦୨୪ରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍ କରିବାକୁ ହେବ ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ରହିଛି ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ମହିଳା ପ୍ରାର୍ଥୀ, ଅନୁସୂଚିତ ଜାତି/ଜନଜାତି, ପୂର୍ବତନ ଚାକିରି କରିଥିବା ପ୍ରାର୍ଥୀ କିଛି ଶୁଳ୍କ ଦେବେ ନାହିଁ ।
ଚୟନ ପ୍ରକ୍ରିୟା : ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆଧାରରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।