ଏଠାରେ ମହିଳାମାନେ କରିପାରିବେ ଅନେକ ବିବାହ, ଝିଅଙ୍କର ନୁହେଁ ପୁଅଙ୍କର ହୋଇଥାଏ ବିଦାୟୀ

ଭାରତର ମେଘାଳୟ, ଆସାମ୍ ତଥା ବାଙ୍ଗଲାଦେଶର କିଛି ସ୍ଥାନରେ ଖାସି ଜନଜାତିର ଲୋକମାନେ ରହୁଛନ୍ତି । ଏଠାରେ କାହିଁ କେଉଁ କାଳରୁ ଝିଅମାନଙ୍କୁ ଘରେ ସବୁଠାରୁ ଉଚ୍ଚ ସ୍ଥାନ ଦିଆଯାଇଛି । ଏହି ଜନଜାତି ପୁରାପୁରି ଭାବେ ଝିଅମାନଙ୍କ ପାଇଁ ସର୍ମପିତ ।

janajati

ଏହି ଜନଜାତିରେ ବହୁତ ଗୁଡିଏ ପରମ୍ପରା ରହିଛି, ଯାହା ଆମ ଭାରତୀୟ ସଂସ୍କୃତି ଠାରୁ ପୂରା ଭିନ୍ନ ଅଟେ । ଏଠାରେ ବିଭାଘର ପରେ ଝିଅମାନଙ୍କ ଯାଗାରେ ପୁଅମାନଙ୍କୁ ବିଦା କରାଯାଇଥାଏ ।

ଆହୁରି ପଢନ୍ତୁ : ଅଜବ ପରମ୍ପରାର ରାଜ୍ଯ : ଯେଉଁଠାରେ ବିବାହର ୫ଦିନ ଯାଏ ବୋହୂକୁ ରହିବାକୁ ପଡିଥାଏ ବିନା ବସ୍ତ୍ରରେ

ଝିଅମାନେ ନିଜ ବାପା-ମା’ଙ୍କ ସହିତ ଏକାଠି ଗୋଟେ ଘରେ ରହିଥାନ୍ତି କିନ୍ତୁ ପୁଅମାନେ ତାଙ୍କ ଘର ଛାଡି ଘର ଜାଆଇଁ ହୋଇ ରହିଥାନ୍ତି । ଝିଅମାନଙ୍କ ପାଇଁ ଏଠାରେ କୌଣସି ପ୍ରକାରର ଆକଟ ନଥାଏ । ଏଠାରେ ପୁଅମାନେ ନୁହେଁ ଝିଅମାନେ ହିଁ ଧନ-ସମ୍ପତିର ଭାଗିଦାର ହୋଇଥାନ୍ତି ।

khasi

ଆପଣଙ୍କୁ ବୋଧେ ବିଶ୍ବାସ ହେଉ ନଥିବ କିନ୍ତୁ ଏହି ଜନଜାତିରେ ମହିଳାମାନଙ୍କୁ ଏହିପରି ହିଁ ସମ୍ମାନ ଦିଆଯାଉଛି । ଏଠିକାର ଝିଅମାନେ ଅନେକ ପୁଅମାନଙ୍କୁ ବିବାହ କରିପାରିବେ ।

ସତକଥା ହେଉଛି, ଏଠିକାର କେତକ ପୁଅମାନେ ଏହି ପରମ୍ପରାକୁ ବଦଳାଇବା ପାଇଁ ଦାବି କରିଛନ୍ତି । ଏମାନେ କହୁଛନ୍ତି କି’ ସେ ମହିଳାମାନଙ୍କୁ ନିଚ୍ଚ ଦେଖାଇବାକୁ ଚାହୁଁ ନାହାଁନ୍ତି ବଂର ସମାନ୍ ସମାନ୍ ଅଧିକାର ଚାହୁଁଛନ୍ତି ।