ବିନା ଭଲ ପାଇବାରେ ପୁରୁଷମାନେ ୨୦ ଦିନ ରହିପାରନ୍ତି, ଜାଣନ୍ତୁ ମହିଳାମାନେ କେତେ ଦିନ ରହିବାକୁ ସମର୍ଥ

ପୁଅମାନେ ସବୁବେଳେ ଝିଅଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ବୋଲି କୁହାଯାଏ। ଝିଅ ଓ ପୁଅଙ୍କ ମଧ୍ୟରେ ପ୍ରଥମେ ପୁଅମାନେ ହିଁ ନିଜ ଭାବନା ପରିପ୍ରକାଶ କରିଥାନ୍ତି। ପୁରୁଷ ଓ ମହିଳାଙ୍କ ଠାରେ ଟେଷ୍ଟୋଷ୍ଟେରନ୍‌ ନାମକ ହରମୋନ୍‌ ରହିଥାଏ। ଏହି ହରମୋନ୍‌ ପ୍ରେମ ପାଇଁ ଦାୟୀ। ପୁରୁଷଙ୍କ ଠାରେ ଏହି ହରମୋନ୍‌ର ପରିମାଣ ମହିଳାଙ୍କ ତୁଳନାରେ ଅଧିକ ରହିଥାଏ। ଏଣୁ ପୁରୁଷଙ୍କ ଠାରେ ପ୍ରେମ କରିବା ଇଚ୍ଛା ମହିଳାଙ୍କ ତୁଳନାରେ ଅଧିକ ଥାଏ।

ଏକ ରିସର୍ଚ୍ଚ ମୁତାବକ ପୁରୁଷମାନେ ପ୍ରେମ ବିନା ୨୦ ଦିନ ଯାଏଁ ରହିପାରନ୍ତି। ୨୦ ଦିନରୁ ଅଧିକ ହେଲେ ସେମାନେ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି। କିନ୍ତୁ ମହିଳାମାନେ ନିଜ ଉପରେ ନିୟନ୍ତ୍ରଣ ରଖିପାରନ୍ତି। ପୁରୁଷମାନଙ୍କ ତୁଳନାରେ ମହିଳାମାନେ ନିଜକୁ ଅଧିକ କଣ୍ଟ୍ରୋଲ କରିପାରନ୍ତି। ମହିଳାମାନେ ବିନା ପ୍ରେମରେ ବର୍ଷେ ଯାଏଁ ରହିପାରନ୍ତି।

love2

ଅଧିକାଂଶ ପୁରୁଷଙ୍କୁ ପ୍ରେମର ଅନୁଭବ ସେକ୍ସ ପରେ ହୋଇଥାଏ। ଏଣୁ ମହିଳାମାନେ ଅଲଗା ଅଲଗା ମହିଳାଙ୍କ ନିକଟତର ହେବାକୁ ପସନ୍ଦ କରନ୍ତି। ମହିଳା ଭାବନ୍ତି ଯେ ପୁରୁଷଙ୍କୁ କେବଳ ଶାରୀରିକ ସମ୍ପର୍କ ଦରକାର। କିନ୍ତୁ ସତ ହେଉଛି ପୁରୁଷମାନେ ସେକ୍ସ ବାହାନାରେ ପ୍ରକୃତ ପ୍ରେମ ଖୋଜନ୍ତି। ଏହି କାରଣରୁ ପୁରୁଷଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସମସ୍ତେ ତାଙ୍କୁ ଖରାପ ଭାବିଥାନ୍ତି। ମହିଳାଙ୍କ ପାଇଁ ପ୍ରେମ ପରେ ସେକ୍ସ ଆସୁଥିବା ବେଳେ ପୁରଷମାନେ ପ୍ରଥମେ ସେକ୍ସ ଓ ପରେ ପ୍ରେମ କରିଥାନ୍ତି।