ଭାରତୀୟ ସେନାରେ ମିଳିବ ଚାକିରି, ଜାଣନ୍ତୁ ଆବେଦନ ପାଇଁ ଦରକାର ଥିବା ଜରୁରୀ ଡକ୍ୟୁମେଣ୍ଟ

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ସଶସ୍ତ୍ର ସେନା ଚିକିତ୍ସା ସେବା (AFMS) ପକ୍ଷରୁ ସର୍ଟ ସର୍ଭିସ କମିଶନ ମେଡିକାଲ ଅଫିସର୍ସ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଏହାପରେ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୩୮
ପୁରୁଷ : ୩୩୮
ମହିଳା : ୧୧୨
ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୧୬ ଜୁଲାଇ ୨୦୨୪ରୁ ହେବ । ଇଚ୍ଛୁକ ପ୍ରାର୍ଥୀ ଜୁଲାଇ ୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀଙ୍କ ପାଖରେ ରାଷ୍ଟ୍ରୀୟ ଚିକିତ୍ସା ପରିଷଦ ଅଧିନିୟମ ୨୦୧୯ ଅଧିନରେ ଚିକିତ୍ସା ଯୋଗ୍ୟତା ରହିଥିବା ଜରୁରୀ । ଆବେଦକଙ୍କ ପାଖରେ କୌଣସି ରାଜ୍ୟ ଚିକିତ୍ସା ପରିଷଦ/ଏନଏମସି/ଏମସିଆଇରୁ ରେଜିଷ୍ଟ୍ରେସନ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ । ପିଜି କରିଥିବା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରହିଛି ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ :
ନାମ ଏବଂ ଜନ୍ମତିଥି ପ୍ରମାଣପତ୍ର, ମାଟ୍ରିକ ସାର୍ଟିଫିକେଟ ।
ଆଧାର କାର୍ଡ
ସ୍ଥାନୀୟ ଚିକିତ୍ସା ପଞ୍ଜିକରଣ ପ୍ରମାଣପତ୍ର
ଇଣ୍ଟର୍ନସିପ ସାର୍ଟିଫିକେଟ
ଏମବିବିଏସ ଡିଗ୍ରୀ ସାର୍ଟିଫିକେଟ, ପିଜି ଡିଗ୍ରୀ ସାର୍ଟିଫିକେଟ
ନିଟ ପିଜି ପ୍ରବେଶ ପରୀକ୍ଷା ସ୍କୋର କାର୍ଡ ।
ଏନସିସି ପ୍ରମାଣପତ୍ର(ଯଦି ଅଛି)।
୧୦ଟି ପାସପୋଟ୍ ଫଟୋ, ଫଟୋ ପ୍ରମାଣପତ୍ର ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।