କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ୩୦ ଦିନ ଯାଏଁ ରଖନ୍ତୁନି ଶାରୀରିକ ସମ୍ପର୍କ, ଲେଉଟିପାରେ ରୋଗ

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନଥାଏ। ରୋଗମୁକ୍ତ ହେବା ପରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା କିଛି ରୋଗୀଙ୍କ ଶୁକ୍ରାଣୁ ବା ସ୍ପର୍ମରେ ଭାଇରସ୍ ରହିଛି।
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ପୁରୁଷଙ୍କୁ ନିଜ ପାର୍ଟନରଙ୍କ ଠାରୁ ଦୂରତା ବଜାୟ ରଖିବା ଉଚିତ। ଖାସ୍ କରି ଶାରୀରିକ ସମ୍ପର୍କ ରଖିବା ଅନୁଚିତ। ନଚେତ୍ ପାର୍ଟନର କରୋନା ସଂକ୍ରମଣର ଶିକାର ହୋଇପାରନ୍ତି। କାରଣ କେତେକ ମାମଲାରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ପୁରୁଷଙ୍କ ସ୍ପର୍ମରେ କରୋନା ଭାଇରସ୍ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସାବଧାନତା ରକ୍ଷା କରିବା ଉଚିତ।
ଡାକ୍ତରଙ୍କ କହିବାନୁସାରେ କରୋନାରୁ ସୁସ୍ଥ ହେବାର ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ଲୋକମାନେ ନିଜ ପାର୍ଟନରଙ୍କୁ ଚୁମ୍ବନ କରିବା ଅନୁଚିତ। ସେହିପରି ୩୦ ଦିନ ପରେ ଯଦି ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ କଣ୍ଡୋମ୍ ବ୍ୟବହାର କରିବାକୁ ଯେଭଳି ନଭୁଲନ୍ତି। କାରଣ କରୋନା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରୁ ସମ୍ପୂର୍ଣ୍ଣ ଯାଇନଥାଏ। ଏଥିପାଇଁ ସମୟ ଲାଗିଥାଏ। ଏଣୁ ପାର୍ଟନରଙ୍କ ସହ ଯୌନ ସମ୍ପର୍କ ପୂର୍ବରୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରନ୍ତୁ।