ରାତି ପାହିଲେ ନିର୍ବାଚନ, ବିଜେପି ଭୋଟରଙ୍କୁ ମତେଇ ଫୁଲରେ ଭୋଟ ଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କଲା ବିଜେଡି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି, ବିଜେପି ଆଇଟି ସେଲ୍ ଫେକ୍ ଭିଡିଓ ଓ ଅଡ଼ିଓ ତିଆରି କରି ଧାମନଗର ଭୋଟରଙ୍କୁ ଭ୍ରମିତ କରିବାକୁ ଚାହୁଁଛି । ପରାଜୟ ଭୟରେ ବିଜେପି ଏଭଳି କରୁଛି । ଲିଖିତ ଭାବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେଡି ।
ବିଜେପି ଭୋଟ ହାତେଇବା ପାଇଁ ଚଞ୍ଚକତା କରୁଥିବା ଅଭିଯୋଗ ନେଇ CEOଙ୍କ ପାଖରେ ଦାବିପତ୍ର ଦେଲା ବିଜେଡ଼ି। ଆସୁରାଲି ଗ୍ରାମପଞ୍ଚାୟତର ସରପଞ୍ଚ ମିନତି ସାହୁ କେମିତି ଦଳେ ମହିଳାଙ୍କୁ ବସେଇ ଟ୍ରେନିଂ ଦେଉଛନ୍ତି ଯେ ଯେହେତୁ ଆସନ୍ତା କାଲି ମାର୍ଗଶିର ମାସ ଗୁରୁବାର ସେମାନେ ଲକ୍ଷୀଙ୍କ ନାରେ ପଦ୍ମଫୁଲ ଲୋକଙ୍କୁ ଦେବେ। ଯାହାକୁ ଦେଇ ଲୋକଙ୍କୁ ମତେଇବେ ଯେ ବିଜେପିରେ ଭୋଟ ଦେବା ପାଇଁ। ଯାହାକି ସଂପୂର୍ଣ୍ଣ ଭାବେ ମଡେଲ କୋଡ ଅଫ୍ କଣ୍ଡକ୍ଟର ଉଲଙ୍ଘନ ହେଉଛି। ତା ସହିତ ଦିବଂଗତ ବିଧାୟକଙ୍କ ଫଟୋ ସମସ୍ତ ବୁଥ ଆଗରେ ରଖାଯିବ, ଯେଉଁଠି ସମସ୍ତଙ୍କୁ ଅନୁରୋଧ କରାଯିବ ଯେ ଫଟୋରେ ସମସ୍ତେ ଚନ୍ଦନ ଟିକା ଦେବେ ଆଉ ସେମାନେ ଲଗେଇବେ। ସେମାନେ ହାରିବେ ବୋଲି ଜାଣିକି ନିର୍ବାଚନର ଠିକ୍ ପୂର୍ବଦିନ ରାତିରେ ପଦ୍ମଫୁଲ ନେଇକି ଲୋକଙ୍କ ପାଖକୁ ଯିବେ। ତେଣୁ ଲେନିନି ମହନ୍ତି କହିଛନ୍ତି ଆମେ CEOଙ୍କୁ ଭେଟି ଲେଖିକି ଦେଇଛୁ ଯେ ଆହୁରି ସର୍ଭିଲେନ୍ସ ବଢ଼ାଯାଉ ବୋଲି।