ଶାରୀରିକ ସମ୍ପର୍କ ସହ ଜଡ଼ିତ ଏସବୁ ରୋଚକ କଥା ଆପଣ ପୂର୍ବରୁ କେବେ ଶୁଣିନଥିବେ

ଶାରୀରିକ ସମ୍ପର୍କ ବା ସେକ୍ସ ସବୁବେଳେ ମନୁଷ୍ୟ ସମାଜ ପାଇଁ ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଛି। କେହି କେବେ ଖୋଲାଖୋଲି ଏନେଇ କଥା ବାର୍ତ୍ତା କରିନଥାନ୍ତି। ମାତ୍ର ସେକ୍ସ ଲାଇଫ୍ର ପ୍ରଭାବ ସବୁବେଳେ ଜୀବନ ଉପରେ ରହିଥାଏ। କୁହାଯାଏ ଯେ ଯାହାର ସେକ୍ସ ଲାଇଫ୍ ଯେତେ ଭଲ ସେ ସେତେ ଖୁସି ଓ ସୁସ୍ଥ। କାରଣ ଶରୀରକୁ ଫିଟ୍ ରଖିବାରେ ମଧ୍ୟ ସହବାସର ପ୍ରମୁଖ ଭୂମିକା ରହିଛି। ଶାରୀରିକ ସମ୍ପର୍କ ଆମ ଜୀବନର ଏକ ପ୍ରମୁଖ ଅଂଶ ହୋଇଥିଲେ ବି ଏହା ଏବେ ବି ରହସ୍ୟ ମଧ୍ୟରେ ରହିଛି। ମଣିଷ ନିଜ ଜୀବନକାଳ ଭିତରେ ସେକ୍ସର ଇଚ୍ଛାକୁ ସମ୍ପୂର୍ଣ୍ଣ କରିପାରେ ନାହିଁ ବୋଲି ରିସର୍ଚ୍ଚର ମାନେ ମଧ୍ୟ କହିଛନ୍ତି। ଆସନ୍ତୁ ଜାଣିବା ସେକ୍ସ ବିଷୟରେ ସେଭଳି କେତେକ ରୋଚକ କଥା…
- ପୁରୁଷମାନେ ସେକ୍ସ ବିଷୟରେ ଯେତେ ଚିନ୍ତା କଲେ କିମ୍ବା ବ୍ଲୁ-ଫିଲ୍ମ ଦେଖିଲେ ମଧ୍ୟ ସେମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ହୋଇନଥାଏ। କାରଣ ପୁରୁଷମାନେ କଳ୍ପନା ଓ ବାସ୍ତବିକତା ମଧ୍ୟରେ ପାର୍ଥକ୍ୟ ରହିଥାଏ ବୋଲି ଜାଣିଥାନ୍ତି।
- ବୀର୍ଯ୍ୟକୁ ବୀର୍ଯ୍ୟ ବ୍ୟାଙ୍କରେ –୧୯୬.୯ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖାଯାଏ।
- ମଣିଷ ଓ ଡଲଫିନ୍ ବିଶ୍ୱର ଏଭଳି ଦୁଇ ପ୍ରାଣୀ ଯେଉଁମାନେ ନିଜ ମନ ଖୁସି କରିବାକୁ ସେକ୍ସ କରିଥାନ୍ତି।
- ସହବାସ ବେଳେ ମହିଳାଙ୍କ ତୁଳନାରେ ପୁରୁଷଙ୍କର ଅଧିକ ଝାଳ ବହେ। ମହିଳାଙ୍କ ଶାରୀରିକ ଗଠନ ଶରୀରରୁ ବାହାରୁଥିବା ଝାଳକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
- ଏକ ରିସର୍ଚ୍ଚ ମୁତାବକ ଏକ ଚାମଚ ବୀର୍ଯ୍ୟରେ ପ୍ରାୟ ୫ କ୍ୟାଲୋରୀ ରହିଥାଏ। ଥରେ ସେକ୍ସ କଲେ ପ୍ରାୟ ୧୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। କେବଳ ସେକ୍ସ କଲେ ହିଁ ମୋଟାପଣ କମ୍ କରି ହେବ ବୋଲି ଡାକ୍ତର ମତ ଦେଇଥାନ୍ତି।
- ସେକ୍ସ ବେଳେ ଏଣ୍ଡୋମାର୍ଫୋନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ। ଏହା ଶରୀରକୁ ମଜଭୁତ କରିବାରେ ସାହାଯ୍ୟ କରେ।
- ଏକ ରିସର୍ଚ୍ଚ ମୁତାବକ ବ୍ରାଜିଲର ପୁଅ ଓ ଝିଅ ଅନ୍ୟ ଦେଶ ତୁଳନାରେ ସର୍ବପ୍ରଥମେ କୁମାରୀତ୍ୱ ହରାଇଥାନ୍ତି। ଏହି ମାମଲାରେ ଭାରତ ସବୁଠୁ ତଳେ ରହିଛି।
- ସାଧାରଣତଃ ସମ୍ବେଦନଶୀଳ ଓ ଭାବୁକ ମହିଳାମାନେ ଅନ୍ୟମାନଙ୍କ ତୁଳନାରେ ସେକ୍ସର ଅଧିକ ମଜା ନେଇଥାନ୍ତି।