ଏଠାରେ ପଡିଥିଲା ମାତାଙ୍କ ହୃଦୟ
ଗୁଜରାଟ-ରାଜସ୍ଥାନ ସୀମାରେ ପଡିଥିଲା ମାତା ସତୀଙ୍କ ହୃଦୟ, ୫୧ ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ

ପୁରାଣ ବର୍ଣ୍ଣିତ ମାତା ସତୀଙ୍କ ଦେହାନ୍ତ ପରର କଥା, ଯାହା ପରେ ମାତାଙ୍କ ଶରୀର ଏକାବନ ଖଣ୍ଡ ହୋଇ ଧରା ପୃଷ୍ଠରେ ପଡିଥିଲା। ଯେଉଁ ସବୁ ସ୍ଥାନରେ ମାତା ଙ୍କର ଶରୀର ଖଣ୍ଡ ଅଂଶ ପଡିଛି ସେଠାରେ ମାତା ଙ୍କ ଶକ୍ତି ପୀଠ ନିର୍ମାଣ ହୋଇଛି । ଆଜି ଜାଣିବା ମାତା ଙ୍କ ହୃଦୟ ପଡିଥିବା ସ୍ଥାନ ବିଷୟରେ.. ଦେଶରେ ଏହି ମନ୍ଦିର ବହୁ ପ୍ରତକ୍ଷ ମନ୍ଦିର ।
ଗୁଜରାଟ ଏବଂ ରାଜସ୍ଥାନ ସୀମାରେ ବନାସକାଂଠ ଜିଲ୍ଲାର ଦାଂତା ତାଲୁକାରେ ଅମ୍ବାଜୀଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଏହା ଏକ ପ୍ରାଚୀନ ମନ୍ଦିର। ଏହି ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ସ୍ୱତନ୍ତ୍ର। ମାନ୍ୟତା ଅନୁଯାୟୀ ଏହା ସେହି ସ୍ଥାନ ଯେଉଁଠାରେ ଦେବୀ ମାଁ ସତୀଙ୍କ ହୃଦୟ ପଡିଥିଲା। ଏହାର ଉଲ୍ଲେଖ ‘‘ତନ୍ତ୍ର ଚୂଡାମଣି’’ ରୁ ମିଳିଛି। ଏହାବ୍ୟତୀତ ଏଠାରେ ମାଁଙ୍କ ଏକ ଶ୍ରୀଯନ୍ତ୍ର ମଧ୍ୟ ସ୍ଥାପନା କରାଯାଇଛି। ଏହି ଶ୍ରୀଯନ୍ତ୍ରକୁ ଏଭଳି ଭାବେ ସଜାଯାଇଥାଏ କି ଦେଖିବାକୁ ଆସିଥିବା ଲୋକମାନଙ୍କୁ ଲାଗିଥାଏ ସତରେ ଯେପରି ମାଁ ଏଠାରେ ବିରାଜମାନ କରିଛନ୍ତି। ଅମ୍ବାଜୀ ମନ୍ଦିର ବିଷୟରେ କୁହାଯାଇଥାଏ, ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ଡନ ସଂସ୍କାର ସମ୍ପନ୍ନ ହୋଇଥିଲା। ସେହିଭଳି ଭଗବାନ ରାମ ମଧ୍ୟ ଶକ୍ତିଙ୍କ ଉପାସନା ପାଇଁ ଏଠାକୁ ଆସିଥିଲେ।
ସେହିଭଳି ଗବ୍ଦର ପର୍ବତ ଶିଖରରେ ରହିଥିବା ଦେବୀଙ୍କ ଏକ ଛୋଟ ମନ୍ଦିରର ପଶ୍ଚିମ ଭାଗରେ କାନ୍ଥ ନିର୍ମାଣ କରାଯାଇଛି। ଏଠାରେ ୯୯୯ ସିଢି ଚଢିବା ପରେ ଆପଣ ମାଁଙ୍କ ମନ୍ଦିରରେ ପହଞ୍ଚିପାରିବେ। ମାତା ଶ୍ରୀ ଅରାସୁରୀ ଅମ୍ବିକାଙ୍କ ମନ୍ଦିରରେ ଶ୍ରୀ ବୀଜଯନ୍ତ୍ର ସାମ୍ନାରେ ଏକ ପବିତ୍ର ଜ୍ୟୋତି ସର୍ବଦା ପ୍ରଜ୍ୱଳିତ ହୋଇ ରହିଥାଏ।
ଅମ୍ବାଜୀଙ୍କ ମନ୍ଦିର ଗୁଜରାଟ-ରାଜସ୍ଥାନ ସୀମାରେ ଅବସ୍ଥିତ ଅରାବଳୀ ଶୃଙ୍ଖଳାର ଆରାସୁର ପର୍ବତ ଉପରେ ଅବସ୍ଥିତ, ଯାହା ଦେଶର ଏକ ପ୍ରାଚୀନ ମନ୍ଦିର। ବର୍ତ୍ତମାନ ଶ୍ରୀ ଅମ୍ବାଜୀ ମନ୍ଦିରର ସଂରଚନା ବିଷୟରେ କୁହାଯାଇଥାଏ କି ୧୪ଶ ଶତାଦ୍ଦୀରେ ଭଲ୍ଲଭୀର ସୂର୍ଯ୍ୟବଂଶୀ ରାଜା ଅରୁଣ ସେନ୍ କରିଥିଲେ। କିନ୍ତୁ ଯଦି ଏହି ମନ୍ଦିର କିମ୍ବାର ଏହାର ପୂର୍ବ ଇତିହାସ ବିଷୟରେ କୁହାଯାଏ ତେବେ ଜାଣିବାକୁ ମିଳେ ୧୨୦୦ଖ୍ରୀଷ୍ଟାଦ୍ଦରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା, ଯାହା ମୋଗଲମାନେ ଲୁଟପାତ ପରେ ନଷ୍ଟ କରିଦେଇଥିଲେ।
ଏହାପରେ ଏହି ମନ୍ଦିରର ଜୀର୍ଣୋଦ୍ୱାରର ମରାମତି କାମ ୧୯୭୫ ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଶ୍ୱେତ ସଂଗମରମର ଠାରୁ ନିର୍ମିତ କରାଯାଇଥିବା ଏହି ମନ୍ଦିର ବହୁତ ଭବ୍ୟ। ଏହି ମନ୍ଦିରର ଶିଖର ଏକ ଶହ ତିନି ପୁଟ ଉଚ୍ଚା। ଏଥିସହ ମନ୍ଦିରର ଶିଖର ଉପରେ ୩୫୮ ସ୍ୱର୍ଣ୍ଣ କଳସ ସୁସଜ୍ଜିତ କରାଯାଇଛି। ଯାହା ମନ୍ଦିରର ସୁନ୍ଦରତା ବଢାଇଥାଏ। ଏଠାରେ ବିଦେଶରୁ ମଧ୍ୟ ଅନେକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ଏସବୁ ବ୍ୟତୀତ ମନ୍ଦିରର ପଛରେ ପ୍ରାଚୀନ କାଳର ପବିତ୍ର ମାନସରୋବର ପୋଖରୀ ମଧ୍ୟ ରହିଛି। କୁହାଯାଇଥାଏ ଏହି ପୋଖରୀର ନିର୍ମାଣ ଅହମଦାବାଦର ଶ୍ରୀ ତପିଶଂକର ୧୫୮୪ ବର୍ଷରୁ ୧୫୯୪ ବର୍ଷ ମଧ୍ୟରେ କରାଯାଇଥିଲା।