ମା’ ଆଙ୍କୁଡାଶୁଣୀଙ୍କର ବାର୍ଷିକ ଉତ୍ସବ, ହଜାର ହଜାର ଭକ୍ତଙ୍କ ସମାଗମ

ବାସୁଦେବପୁର: ମହାବିଷୁବ ପଣା ସଂକ୍ରାନ୍ତି । ମା’ ଆଙ୍କୁଡାଶୁଣୀଙ୍କର ବାର୍ଷିକ ଉତ୍ସବ । ଆଖ ପାଖ ଅଞ୍ଚଳର ନୁହେଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତଙ୍କର ଏଠାରେ ଲାଗିଥାଏ ଭିଡ । ଶାନ୍ତି ଶୃଙ୍ଖଳା ପାଇଁ କରାଯାଇଛି ଲମ୍ୱାଲାଇନ୍ । ବଡପୂଜାରେ ମା’ଙ୍କ ଦର୍ଶନ, ପୁଣି ମାନସିକ ପୂରଣ ପାଇଁ ପ୍ରଦାନ କରାଯାଉଛି ଭୋଗ । ପୁଣି କିଏ କଳା ଶାଢୀ ତ ପୁଣି କିଏ ଦେଇଥାଏ ମାଟିର ଘୋଡା । ଫଳ ପାଉଥିବା ଭକ୍ତ ଦେଇଥାନ୍ତି କୁକୁଡା ଠାରୁ ଆରମ୍ଭ କରି ବୋଦା ।

ଶହଶହ ବୋଦା ମା’ଙ୍କ ଉଦେଶ୍ୟରେ ସର୍ମପଣ କରିଥାଆନ୍ତି ଭକ୍ତ ମାନେ । ଯାହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ଲାଗି ରହିଥାଏ । ଏହି ପୀଠରେ ବର୍ଷରେ ଥରେ ଯେତେ ଭିଡ ହେଲେ ମଧ୍ୟ ମା’ଙ୍କୁ ଦେଖିବାକୁ ଭୁଲନ୍ତି ନାହିଁ ଭକ୍ତ ମାନେ । ସେଥିପାଇଁ ଭକ୍ତ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଲମ୍ୱା ଲାଇନରେ ଆସି ମା’ଙ୍କ ପାଖରେ ଭୋଗ ଲଗାଇ ଦର୍ଶନ କରି ଫେରିଛନ୍ତି । ମା’ଙ୍କ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିଛନ୍ତି ବୋଲି କହିଛନ୍ତି ଭକ୍ତ ।

ମା’ ଆଙ୍କୁଢାଶୁଣୀଙ୍କ ପ୍ରତିଷ୍ଠା କେଉଁ କାଳରୁ । ମା’ ପ୍ରତ୍ୟକ୍ଷ ଦେବୀ । ଦିନେ ଆଙ୍କୁଡାର ରାଜା ମା’ଙ୍କ ପାଖରେ ମାନସିକ କରି କହିଥିଲେ ମୁଁ ଯଦି ଆଜି ଜିତି କରି ଆସେ ତାହେଲେ ମୋର ମୁଣ୍ଡଟିକୁ ତମ ପାଖରେ କାଟି କରି ଦେଇଯିବି । ହେଲେ ବେଣୁରାଜା ଜିତି ଆସି ଲୁଚି ପଳାଇ ଯାଉଥିବା ବେଳେ ମା’ ତାକୁ ଧରି ତାଙ୍କ ମୁଣ୍ଡ କାଟି ଆଣିଥିଲେ । ସେହିଦିନ ଠାରୁ ଏହା ଆଙ୍କୁଡାଶୁଣି ନାମରେ ପରିଚିତ । ଏବେ ମଧ୍ୟ ଏହି ମନ୍ଦିରରେ ବେଣୁ ରାଜାଙ୍କ ମୁଣ୍ଡ ପୂଜା ପାଇ ଆସୁଅଛି । ଏହାକୁ ନେଇ ରହିଛି କିମ୍ୱଦନ୍ତୀ । ତେଣୁ ଏଠାରେ ଭକ୍ତ ମାନଙ୍କର ବର୍ଷ ଯାକ ଲାଗି ରହିଥାଏ ଭିଡ । ଭକ୍ତ ମାନଙ୍କର ସମାଗମକୁ ଆଖି ଆଗରେ ରଖି ପୋଲିସ୍ ପ୍ରଶାସନ ଓ ଗାଁ କମିଟି ପକ୍ଷରୁ ଚଳିତ ବର୍ଷ ପୂଜାକାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ କହିଛନ୍ତି ଟ୍ରଷ୍ଟର ସଂପାଦକ ।

ଆଧୁନିକ ଦୁନିଆରେ ଦେଖାଦେଇଛି ବିଜ୍ଞାନର ଅଗ୍ରଗତି । ବୃଦ୍ଧି ପାଇଛି ମଣିଷର ଜ୍ଞାନ କୌଶଳ ଓ ବ୍ୟବହାରିକ ଯନ୍ତ୍ରାଂଶ । ଲୋକ ପ୍ରିୟ ହେବାରେ ଲାଗିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା । ଭଲ ମନ୍ଦ ଜାଣିବାର ରହିଛି ଅନେକ ମାଧ୍ୟମ । ଆଜିବି ଲୋକ ମାନଙ୍କ ମନରୁ ଦୂରେଇ ଯାଇନାହିଁ ଅନ୍ଧବିଶ୍ଵାସ । ସାମାଜିକ ପରମ୍ପରା ଆଳରେ ଚାଲିଛି ଏମିତ ଅନେକ ପ୍ରଥା ।

ଆହୁରି ପଢନ୍ତୁ: ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପୁଷ୍କରିଣୀରୁ ଆଣି ମନ୍ଦିରରେ ସ୍ଥାପନା କରାଯାଏ