‘ଗୋଟିଏ ଛାତ ତଳେ ବିଭିନ୍ନ ବର୍ଗର ଲୋକେ ଏକାଠି ରହିବା ହେଉଛି ଆପାର୍ଟମେଣ୍ଟ ସଂସ୍କୃତି’

ବ୍ରହ୍ମପୁର (କେନ୍ୟୁଜ୍‌) : ବ୍ରହ୍ମପୁର ଶରଧାବାଲି ସ୍ଥିତ ନିବାସ ଏନକ୍ଳେଭ ଆପାର୍ଟମେଣ୍ଟର ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ । ସୋସାଇଟିର ସଭାପତି ପ୍ରକାଶ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଗଛର ମଣିଷ ସୁବାସ ମହାରଣା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।
ଏହି ଅବସରରେ କମ୍ୟୁନିଟି ହଲ୍‌୍‌ର ଉଦଘାଟନ ହୋଇଥିଲା । ବିଭିନ୍ନ ବର୍ଗର ଲୋକ ଗୋଟିଏ ଛାତ ତଳେ ଗୋଟିଏ ପରିବାର ପରି ଚଳିବା ଆପାର୍ଟମେଣ୍ଟ ସଂସ୍କୃତିରେ ଦେଖିବାକୁ ମିଳିଥାଏ ବୋଲି ବକ୍ତାମାନେ କହିଥିଲେ ।

ଏଠିକାର ବାସିନ୍ଦା ଯେପରି କୌଣସି ସୁବିଧାରୁ ବଂଚିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି କହିଥିଲେ। ସୋସାଇଟିର ସମ୍ପାଦକ ସୁଶାନ୍ତ ଜେନା ବିବରଣୀ ପାଠ କରିଥିବା ବେଳେ ସଭାପତି ପ୍ରକାଶ ପଟନାୟକ ସ୍ୱାଗତ ଭାଷଣ ଦେଇ କିଛି ଆବଶ୍ୟକତା ସମ୍ପର୍କରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ କୁନି କୁନି କଳାକାର ସଂଗୀତ ଓ ନୃତ୍ୟ ଆଦି ପରିବେଷଣ କରିଥିଲେ।

ସୋସାଇଟିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ସମ୍ପାଦକ ପ୍ରମୋଦ ପଟନାୟକଙ୍କ ସମେତ କର୍ମଚାରୀ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ ।