ବନ ବିଭାଗରେ ଖାଲିପଡିଛି ହଜାରରୁ ଅଧିକ ପଦବୀ, ୩୦ ଜୁନ୍ ଭିତରେ କରନ୍ତୁ ଆବେଦନ
୧୦ମ କିମ୍ବା ୧୨ଶ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ମହାରାଷ୍ଟ୍ର ବନ ବିଭାଗରେ ଖାଲିପଡିଛି ୨ ହଜାରରୁ ଅଧିକ ପଦବୀ । ଦରମା ମାସକୁ ୬୦ ହଜାର ଟଙ୍କା ।

ବନ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ବନ ବିଭାଗରେ ହଜାରରେ ଅଧିକ ପଦବୀ ଖାଲିପଡିଛି । ମହାରାଷ୍ଟ୍ର ବନ ବିଭାଗରେ ତୁରନ୍ତ ଆବେଦନ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସଆଲ ୱେବସାଇଟ୍ mahaforest.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦ ଜୁନ୍ ଭିତରେ କରିଦିଅନ୍ତୁ ଆବେଦନ ।
ପଦବୀ ବିବରଣୀ :
ଫରେଷ୍ଟ ଗାର୍ଡ: ୨୧୩୮
ଆକାଉଣ୍ଟାଣ୍ଟ : ୧୨୯
ସର୍ଭେୟର : ୮୬
ଷ୍ଟୋନୋଗ୍ରାଫର : ୨୩
ଜୁନିଅର ଷ୍ଟୋଟିଷ୍ଟିକାଲ ଆସିଷ୍ଟାଣ୍ଟ : ୧୫
ଷ୍ଟୋଗ୍ରାଫର : ୧୩
ଜୁନିଅର ଇଂଜଂନିୟର : ୮
ସିନିଅର ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ : ୫
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୦ଜୁନ୍ ୨୦୨୩ ଭିତରେ କରିପାରିବେ ଆବେଦନ ।
ଶିକ୍ଷାଗତ ଯୋଗ୍ୟତା : ଫରେଷ୍ଟ ଗାର୍ଡ ପଦ ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାରୁ ୧୦ମ/୧୨ମ ପାସ୍ କରୁଥିବା ଜରୁରୀ । ଆକାଉଣ୍ଟାଣ୍ଟ ପଦ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏଟ ହୋଇଥିବା ଜରୁରୀ । ଏହାସହିତ ମରାଠୀ ଭାଷା ଆସୁଥିବା ଜରୁରୀ । ସର୍ଭେୟର ପାଇଁ ପ୍ରାର୍ଥୀ ୧୨ଶ ପାସ୍ କରିଥିବା ସହିତ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଟ୍ରେନିଂ ନେଇଥିବା ଜରୁରୀ ।
ସେହିପରି ଆଡଭାନ୍ସ ଷ୍ଟେନୋଗ୍ରାଫର ଗ୍ରୁପ ବି ପଦବୀ ପାଇଁ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷାରେ ପାସ୍ କରିଥିବା ଜରୁରୀ । ଏହାସହିତ ପ୍ରତି ମିନିଟରେ ୧୨୦ ଶବ୍ଦ ସର୍ଟହ୍ୟାଣ୍ଡ ଟାଇପିଂ କରୁଥିବା ଜରୁରୀ । ଜୁନିଅର ଷ୍ଟେନୋଗ୍ରାଫର ପାଇଁ ପ୍ରାର୍ଥୀ କୌଣସି ସେକେଣ୍ଡାରୀ ସ୍କୁଲରୁ ସାର୍ଟିଫିକେଟ ପରୀକ୍ଷାରେ ପାସ୍ କରିଥିବା ଜରୁରୀ । ପ୍ରତି ମିନିଟ ୧୦୦ ଶବ୍ଦ ଟାଇପିଂ କରୁଥିବା ଜରୁରୀ । ଜୁନିଅର ସିଭିଲି ଇଂଜିନିୟରିଂ ପାଇଁ ଡିପ୍ଲୋମା କରଥିବା ଜରୁରୀ । ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ସର୍ବନମ୍ନ ୨୭ ରୁ ସର୍ବାଧିକ ୪୦ ବର୍ଷ ହୋଇଥିବା ଜରୁରୀ।
ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ୯୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ଦରମ ୧୮ ହଜାରୁ ୫୭୦୦ ହଜାର ପର୍ଯ୍ୟନ୍ତ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପୁ୍ୟଟର ଟେଷ୍ଟ, ଶାରୀରିକ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
ଫରେଷ୍ଟ ଗାର୍ଡ ଲିଙ୍କ୍ :
https://mahaforest.gov.in/writereaddata/fckimagefile/Forest%20Guard_1.pdf
https://mahaforest.gov.in/writereaddata/fckimagefile/Accountant_2.pdf