ଲୋକନାଥ ଦେବଙ୍କ ପୀଠରେ ପାଳିତ ହୋଇଯାଇଛି ଅଷ୍ଟନାତ୍ମକ ପଞ୍ଚ କୁଣ୍ଡଳୀ ମହାଯଜ୍ଞ

ଟାଙ୍ଗି: ଅଷ୍ଟନାତ୍ମକ ପଞ୍ଚ କୁଣ୍ଡଳୀ ମହାଯଜ୍ଞରେ କମ୍ପୂଛି ପରିବେଶ। ଘଣ୍ଟ ଘଣ୍ଟା ହୂଳହୂଳି ଶବ୍ଦରେ ଉଠୁଛି ପଡ଼ୁଛି ଗଗନ ପବନ । ଖୋରଧା ଜିଲ୍ଲା ଟାଙ୍ଗୀ ଅଂଚଳର ଆରାଧ୍ୟ୍ୟ ଠାକୁର ପଶ୍ଚିମଆଭିମୁଖ ବାବା ଲୋକନାଥଙ୍କ ପୀଠରେ ଆଠଦିନ ବ୍ୟାପୀ ଚାଲିଥିବା ପଞ୍ଚ କୁଣ୍ଡଳୀ ମହାଯଜ୍ଞ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି ।
ପ୍ରଥମ ଦିବସରେ ଅଙ୍କୁରାରୋପଣ,ଦ୍ୱିତୀୟ ଦିବସରେ କଳଶ ଶୋଭାଯାତ୍ରା ତୃତୀୟ ଦିବସ ଠାରୁ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ଖ୍ୟାତିନାମା ପ୍ରବଚକଙ୍କ ଦ୍ଵାରା ପ୍ରଵଚନ କାର୍ଯ୍ୟକ୍ରମ। ଶେଷ ପୂର୍ଣ୍ଣାହୁତି ଦିବସ ଉତ୍ସବରେ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବା ସହ ଯଜ୍ଞାନୁଷ୍ଠାନରେ ଯୋଗ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ।
ପ୍ରତିଦିନ ସନ୍ଧ୍ୟାରେ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଟାଙ୍ଗୀ ଲୋକନାଥ ଦେବ କଳା ପରିଷଦ, ସୋରାଜ କ୍ଲବ, ପଣସପୁର ପାଟଣା, ବ୍ରାହ୍ମଁଣି ଦେବୀ ଯୁବକ ସଂଘ, ରତନପୁର ପାଟଣା, ମା ନାରାୟଣୀ ଯୁବକ ସଂଘ, ଉପିମରା ପାଟଣା, ମା ତାରାଦେବୀ ଯୁବକ ସଂଘ, ଗୋଡି ପାଟଣା ସାହିର ସମସ୍ତ ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।