ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ୧୨ଟା ପରେ ଓଲାଗି ନୀତି
ନବଦିନାତ୍ମକ ଯାତ୍ରାରୁ ଫେରି ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଚାଲିଛି ମହାପ୍ରଭୁଙ୍କ ସୁନାବେଶ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ସମୟକୁ ରାତି ୧୨ଟା ଯାଏ ବୃଦ୍ଧି କରାଯାଇଛି। ରାତି ୧୨ଟା ପରେ ଓଳାଗି ନୀତି ହେବ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

ପୁରୀ(କେନ୍ୟୁଜ୍): ତିନି ରଥରେ ମହାବାହୁଙ୍କ ସୁନାବେଶ। ଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ଶ୍ରୀଜିଉ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇ ଦେଉଛନ୍ତି ଦର୍ଶନ। ପୁରୀ ବଡ଼ଦାଣ୍ଡରେ ବିରାଜମାନ ମହାପ୍ରଭୁ ସୁନାବେଶ ଦର୍ଶନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଏହି ବିରଳ ଓ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନବଦିନାତ୍ମକ ଯାତ୍ରାରୁ ଫେରି ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଚାଲିଛି ମହାପ୍ରଭୁଙ୍କ ସୁନାବେଶ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ସମୟକୁ ରାତି ୧୨ଟା ଯାଏ ବୃଦ୍ଧି କରାଯାଇଛି। ରାତି ୧୨ଟା ପରେ ଓଳାଗି ନୀତି ହେବ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
ସୁନାବେଶ ପାଇଁ ସନ୍ଧ୍ୟା ୫ଟାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଶ୍ରୀଜିଉମାନଙ୍କୁ ଏହି ବେଶ କରିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଜଗନ୍ନାଥମୟ ପରିବେଶ। ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ କରାଯାଇଛି। ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ ମାଧ୍ୟମରେ ଟ୍ରାଫିକ ନିରୀକ୍ଷଣ ପାଇଁ ଡ୍ରୋନ ମୁତୟନ କରାଯାଇଛି।.