ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍ ଦିଅନ୍ତୁ

ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ପ୍ରତିଦିନ ଆମେ କ’ଣ ଖାଉଛେ, କିଭଳି ଖାଉଛେ ଏବଂ କେତେବେଳେ ଖାଉଛେ ଏ ସମସ୍ତ ବିଷୟର ପ୍ରଭାବ ଆମ ଶରୀର ଉପରେ ପଡ଼େ। ଏଣୁ ଡାକ୍ତରମାନେ ସବୁବେଳେ ହେଲ୍ଦି ବା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ ଯେତେବେଳେ ଆପଣ ଫ୍ୟାମିଲି ବଢ଼ାଇବାକୁ ପ୍ଲାନିଂ କରୁଥାନ୍ତି, ସେତେବେଳେ ଏସବୁ ଜିନିଷର ଗୁରୁତ୍ୱ ଅଧିକ ବଢ଼ିଯାଇଥାଏ।
ବେଳେବେଳେ କିଛି ଲୋକ ବହୁ ଚେଷ୍ଟା ପରେ ମଧ୍ୟ ଗର୍ଭଧାରଣ କରିବାରେ ସକ୍ଷମ ହୋଇପାରିନଥାନ୍ତି। କେବଳ ମହିଳା ନୁହେଁ ପୁରୁଷଙ୍କ ଶରୀରରେ ଶୁକ୍ରାଣୁର ମାତ୍ରା କମ୍ ଥିବାରୁ ମଧ୍ୟ ଏଭଳି ସମସ୍ୟା ଉପୁଜିଥାଏ। ଶୁକ୍ରାଣୁର ମାତ୍ରା କମ୍ ହେବା ଦ୍ୱାରା କେବଳ ଗର୍ଭଧାରଣରେ ସମସ୍ୟା ଦେଖାଦିଏନି, ଏହା ଆପଣଙ୍କ ସମ୍ଭୋଗ ଇଚ୍ଛାକୁ ମଧ୍ୟ ହ୍ରାସ କରିଥାଏ। ତେବେ ଆସନ୍ତୁ ଜାଣିବା ଶୁକ୍ରାଣୁ ବୃଦ୍ଧିରେ କେଉଁ ଜିନିଷ ସାଜେ ବାଧକ…
୧. ଆଲ୍କହଲ:
ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପରିମାଣରେ ଆଲ୍କହଲ ସେବନ କରିଥାନ୍ତି। ଏହା କେବଳ ସ୍ୱାସ୍ଥ୍ୟ ଉପରେ ନୁହେଁ, ଆପଣଙ୍କ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅଳ୍ପ ମାତ୍ରାରେ ଆଲ୍କହଲ ସେବନ କରିବା ଦ୍ୱାରା ମଧ୍ୟ ଶୁକ୍ରାଣୁ ପ୍ରଭାବିତ ହୋଇଥାଏ। ଆଲକହଲ୍ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କରିବାରେ ବାଧା ଉପୁଜାଏ। ଫଳରେ ଆପଣ ନିଜ ସାଥୀକୁ ସେତିକି ଖୁସି ଦେଇପାରନ୍ତି ନାହିଁ, ଯେତିକି ସେ ଆପଣଙ୍କ ଠାରୁ ଆଶା କରିଥାନ୍ତି।
୨.ପ୍ରୋସେସଡ୍ ମାଂସ:
ବେକନ, ହେମ୍, ସଲାମୀ, ହଟ୍ଡଗ୍ ଆଦି ପ୍ରୋସେସଡ୍ ମାଂସ ପୁରୁଷଙ୍କ ଶରୀର ସମେତ ଶୁକ୍ରାଣୁ ସୃଷ୍ଟିରେ ମଧ୍ୟ ବାଧକ ସାଜିଥାଏ। ଏହା ଶୁକ୍ରାଣୁର ପରିମାଣ ବୃଦ୍ଧି ହେବାକୁ ଦେଇନଥାଏ। ଏଥିସହ ସ୍ପର୍ମର ଗତିଶୀଳତା ମଧ୍ୟ ଆବଶ୍ୟକତାରୁ ଅଧିକ ହ୍ରାସ ପାଏ। ଏଣୁ ପୁରୁଷମାନେ ଏଭଳି ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।
ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା
୩.ଫାଷ୍ଟଫୁଡ୍ ବା ଟ୍ରାନ୍ସଫ୍ୟାଟ୍ ଖାଦ୍ୟ:
ଅତ୍ୟଧିକ ଫାଷ୍ଟଫୁଡ୍ ବା ଟ୍ରାନ୍ସଫ୍ୟାଟ୍ ଖାଦ୍ୟର ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହା ଶରୀରରେ ଚର୍ବି ଅଂଶ ବଢ଼ାଇବା ସହ ହୃଦରୋଗର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ପୁରୁଷମାନଙ୍କ ଶୁକ୍ରାଣୁ ବୃଦ୍ଧିରେ ମଧ୍ୟ ଏହା ବାଧକ ସାଜିଥାଏ। ଶୁକ୍ରାଣୁର ଅଭାବ ଫଳରେ ଗର୍ଭଧାରଣରେ ମଧ୍ୟ ସମସ୍ୟା ଉପୁଜେ।
୪. ସୋୟାବିନ୍ ବା ସୋୟା ଉତ୍ପାଦ:
ସୋୟାବିନ୍ ଓ ସୋୟା ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ହେଲ୍ଦି ଓ ପାଟିକୁ ଟେଷ୍ଟି ଲାଗୁଥିଲେ ମଧ୍ୟ ବେଡ୍ରୁମ୍ ଲାଇଫ୍ ପାଇଁ ଏହା କ୍ଷତିକାରକ ହୋଇଥାଏ। ଗର୍ଭଧାରଣ ପାଇଁ ଚାହୁଁଥିବା ବ୍ୟକ୍ତି ସୋୟାବିନ୍ ସେବନରୁ ନିବୃତ୍ତ ରହିବା ଉଚିତ। କାରଣ ସୋୟାବିନ୍ରେ ଅଧିକ ପରିମାଣରେ ଫାଇଟୋଇଷ୍ଟ୍ରୋଜେନ୍ ମହଜୁଦ୍ ଥାଏ। ଯାହା ପୁରୁଷଙ୍କ ଶରୀରରେ ଶୁକ୍ରାଣୁ ସୃଷ୍ଟିରେ ସମସ୍ୟା ସୃଷ୍ଟି କରେ।
ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍ରୁମ୍ ଲାଇଫ୍କୁ କରିପାରେ ଅଧିକ ଉପଭୋଗ୍ୟ
୫.ଦୁଗ୍ଧଜାତୀୟ ପଦାର୍ଥ:
ଅଧିକ ପରିମାଣରେ ଦୁଗ୍ଧ କିମ୍ବା ଦୁଗ୍ଧଜାତୀୟ ପଦାର୍ଥ ସେବନ ପୁରୁଷଙ୍କ ସମ୍ଭୋଗରେ ସମସ୍ୟା ଉପୁଜାଇଥାଏ। ଡାଏରୀ ପ୍ରଡକ୍ଟ ଗାଈଙ୍କ ଠାରୁ ଆସୁଥିବାରୁ ଏଥିରେ ଇଷ୍ଟ୍ରୋଜେନ୍ ରହିଥାଏ। କେବଳ ଏତିକି ନୁହେଁ ଅଧିକ କ୍ଷୀର ଦେବା ଲାଗି ଗାଈଙ୍କୁ ଷ୍ଟେରଏଡ୍ ମଧ୍ୟ ଦିଆଯାଏ, ଯାହା ପୁରୁଷଙ୍କ ଶୁକ୍ରର କ୍ୱାଲିଟି ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ଫୁଲଫ୍ୟାଟ୍ କ୍ଷୀର ବଦଳରେ ଆମଡ୍ ମିଲ୍କ କିମ୍ବା ଲୋ ଫ୍ୟାଟ୍ ଡାଏରୀ ପ୍ରଡକ୍ଟ ବ୍ୟବହାର କରନ୍ତୁ।