ଐତିହାସିକ ଶୈବ ପୀଠ ବାବା ଚଣ୍ଡିହର ଦେବଙ୍କୁ ଦର୍ଶନ କଲେ ମିଳେ କୋଟି ପୁଣ୍ୟ

ଟାଙ୍ଗୀ : କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ । ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟ ମାନଙ୍କର ସନ୍ନିକଟ ହୋଇଯାନ୍ତି ଓ ଏହି ସମୟରେ ଏକ ଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି । ଏଭଳି ଅନେକ ଆସ୍ଥା ଓ ବିଶ୍ୱାସ ରହିଛି କାହିଁ କେଉଁ ଆବାହମାନ କାଳରୁ ।
ଏହି ଆଧାରରେ ଆଜି କାର୍ତ୍ତିକ ମାସ ଶେଷ ସୋମବାର ଓ ପଞ୍ଚୁକ ଆରମ୍ଭରେ ଐତିହାସିକ ବାବା ଚଣ୍ଡିହର ଦେବ ଶୈବ ପୀଠରେ ରାତ୍ର ୩ଘଟିକାରେ ଦ୍ଵାରା ଫିଟା ନୀତି କରାଯାଇଥିଲା । ଏହା ପରେ ମହା ସ୍ନାନ, ବଲ୍ଲଭ ନୀତି, ଖଇ ଦହି ଧୂପ, ମଧ୍ୟାର୍ହିଁ ଦୂପ, ଅପରାହ୍ନ ୪ ସମୟରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳ ବେଢା ପରିକ୍ରମା କରି ସଂଧ୍ୟାରେ ସନ୍ଧ୍ୟା ଆଳତୀ ହୋଇ ମନ୍ଦିର ପହଡ଼ ପଡ଼ିବାର ନୀତି ରହିଥାଏ ।
ଏହି ନୀତି କାନ୍ତି ସମୟରେ ବାବା ଚଣ୍ଡିହର ଦେବ ଦର୍ଶନ କଲେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ । ଏହା ସହ ଆସନ୍ତା ବଡ଼ ଓଷା ଦିନ ଏଠାରେ ବାବାଙ୍କ ନିକଟରେ କ୍ଷୀର ସାଗର କରାଯିବ । ଏଣୁ ଏହି ଦିନ ଶୈବ ଶ୍ରଦ୍ଧାଳୁ ଭକ୍ତମାନେ ଶହ ଶହ ସଂଖ୍ୟାରେ ଉପସ୍ଥିତ ରହି ଶୈବ କୃପା ଲାଭ କରିବା ପାଇଁ ମନ୍ଦିର ସେବକ ନିବେଦନ ଦେଇଛନ୍ତି । କାର୍ତ୍ତିକ ମାସ ସୋମବାର ଶିବ ମନ୍ଦିର ଦର୍ଶନ କରିବା ତଥା ପ୍ରମୁଖ ତୀର୍ଥ ଆଦି ସ୍ଥାନକୁ ଯିବାଦ୍ୱାରା ଶୁଭଫଳ ମିଳିଥାଏ । ଖାସ୍ ଏଥିପାଇଁ କାର୍ତ୍ତିକ ମାସରେ ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ ।