ଖରାପ ରିଲେସନ୍ସିପ୍ ଯୋଗୁ ବିଗିଡ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଦେଖାଦେଇପାରେ ଏସବୁ ଗମ୍ଭୀର ରୋଗ

ରିଲେସନ୍ସିପ୍ରେ ରହିବା ପରେ ସମସ୍ତେ ଚାହାନ୍ତି ପାର୍ଟନର ସହ ତାଙ୍କର ଯେମିତି ପାଟିତୁଣ୍ଡ ନ ହେଉ। ଖୁସିରେ ଜୀବନ କାଟିବାକୁ ଉଭୟ ଚେଷ୍ଟା କରିଥାନ୍ତି। ସମ୍ପର୍କକୁ ମଜଭୁତ କରିବା ଓ ପରସ୍ପର ସହ ଖୁସିରେ ରହିବା ଖୁବ୍ ସହଜ, କିନ୍ତୁ ସମୟ ସହ କେତେକ କଥା ସହ ବୁଝାମଣା କରି ଚଳିବାକୁ ପଡ଼େ। ସମ୍ପର୍କକୁ ସୁଦୃଢ଼ କରିବାରେ ଏହା ବିଶେଷ ସହାୟକ ହୋଇଥାଏ। କିନ୍ତୁ ଏକ୍ସପର୍ଟଙ୍କ ମତରେ ସବୁବେଳେ ବୁଝାମଣା କରିବା ପରେ ବି ଯଦି ପରିସ୍ଥିତି ନ ସୁଧୁରେ ତେବେ ସମ୍ପର୍କ ଭାଙ୍ଗିବାକୁ ଲାଗିଥାଏ। ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼େ। ତେବେ ଆସନ୍ତୁ ଜାଣିବା ଖରାପ ରିଲେସନ୍ସିପ୍ ଯୋଗୁ କି କି ବେମାର ଦେଖାଦିଏ…
ନିଦ୍ରାହୀନତା:
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା କିଛି ବଡ଼ କଥା ନୁହେଁ। ସବୁ ଘରେ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। କିନ୍ତୁ ଯଦି ମାମଲା ଅଧିକ ବଢ଼ିଯାଏ ତେବେ ନିଦ ଉଡ଼ିଯାଏ। ସବୁବେଳେ ଘରେ ଗଣ୍ଡଗୋଳ ହେଉଥିବା ଲୋକଙ୍କ ନିଦ୍ରାହୀନତା ସମସ୍ୟା ଦେଖାଯାଏ।
ଡିପ୍ରେସନ୍:
ସବୁ ସମ୍ପର୍କରେ ଭଲ ଓ ଖରାପ ସ୍ଥିତି ଆସେ। କିନ୍ତୁ ବେଳେବେଳେ ସ୍ଥିତି ହାତରୁ ଚାଲିଯାଏ ଓ ସମ୍ପର୍କ ତୁଟିଯାଏ। ପ୍ରାୟତଃ ଲୋକମାନେ ଏହି କଷ୍ଟକୁ ସହ୍ୟ କରିପାରିନଥାନ୍ତି। ଫଳ ସ୍ୱରୂପ ଡିପ୍ରେସନ୍ର ଶିକାର ହୋଇଥାନ୍ତି।
ରକ୍ତଚାପ:
ଚିନ୍ତାରେ ଥିଲେ ଆମେ ଠିକ୍ ଭାବେ ଖାଇବା ପିଇବା କରିପାରିନଥାଉ। ଏହାର ସିଧାସଳଖ ପ୍ରଭାବ ରକ୍ତଚାପ ଉପରେ ପଡ଼େ। ଏକ ରିସର୍ଚ୍ଚ ମୁତାବକ ଯେଉଁ ଲୋକ ନିଜ ବିବାହକୁ ନେଇ ଚିନ୍ତାରେ ରହିଥାନ୍ତି ତାଙ୍କ ଠାରେ ବ୍ଲଡ୍ ପ୍ରେସର ସମସ୍ୟା ଦେଖାଯାଏ।
ମେଦ ବହୁଳତା:
ଏକ ରିସର୍ଚ୍ଚ ମୁତାବକ ଯେଉଁମାନଙ୍କର ଦାମ୍ପତ୍ୟ ଜୀବନ ଖରାପ ହୋଇଥାଏ ସେମାନଙ୍କ ଠାରେ ମେଦବହୁଳତା ସମସ୍ୟା ଦେଖାଯାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ କଳି ଝଗଡ଼ା ହେଉଥିବା ଲୋକଙ୍କ ଓଜନ ଅନ୍ୟ ସାଧାରଣ ଦମ୍ପତିଙ୍କ ତୁଳନାରେ ଅଧିକ ବଢ଼ିଥାଏ।