ମହିଳା ପ୍ରିମିୟର ଲିଗ ଟାଇଟଲ ଜିତିଲା ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇଲା
ମହିଳା ପ୍ରିମିୟର ଲିଗ ଟାଇଟଲ ଜିତିଲା ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ପ୍ର୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ୍ ଜିତିଲା ଆରସିବି । ୧୧୪ ରନର ପିଛା କରୁଥିବା ଆରସିବି ଟିମ ୨ ୱିକେଟ ହରାଇ ମ୍ୟାଚ ଜିତି ନେଇଛି ।

ନୂଆଦିଲ୍ଲୀ : ମହିଳା ପ୍ରିମିୟର ଲିଗ ଟାଇଟଲ ଜିତିଲା ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ପ୍ର୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ୍ ଜିତିଲା ଆରସିବି । ୧୧୪ ରନର ପିଛା କରୁଥିବା ଆରସିବି ଟିମ ୨ ୱିକେଟ ହରାଇ ମ୍ୟାଚ ଜିତି ନେଇଛି । ଆରସିବି ପକ୍ଷରୁ ଇଲିସ୍ ପେରୀ ସର୍ବାଧିକ ୩୫ ରନ୍ କରିଥିବା ବେଳେ ସୋଫିଆ ଡେଭିନ୍ ୩୨ ଓ ଅଧିନାୟକ ସ୍ମ୍ରିତି ମାନ୍ଧନା ୩୧ ରନ୍ କରିଥିଲେ। ଫାଇନାଲ ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ ।
ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦିଲ୍ଲୀ ଦିଲ୍ଲୀ ପକ୍ଷରୁ ଦୁଇ ଓପନର ଧୁଆଁଧାର ଆରମ୍ଭ କରିଥିଲେ। ମାତ୍ର ୧୧୩ ରନ୍ କରି ଶେଷରେ ଅଲଆଉଟ ହୋଇଥିଲା ଦିଲ୍ଲୀ । ଦିଲ୍ଲୀ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍ କରିଥିବାବେଳେ ଅଧିନାୟକ ଲାନିଂ ୨୩ ରନ୍ କରିଥିଲେ। ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ୱିକେଟ ଅକ୍ତିଆର କରିଥିଲେ ।
ଏଥି ସହିତ ଲଗାତର ଦୁଇଟି ସିଜିନ୍ ରେ ଫାଇନାଲରେ ପରାଜୟର ସ୍ୱାଦ ଚାଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମ ସଂସ୍କରଣରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟ ବରଣ କରିଥିବା ବେଳେ ଚଳିତ ସିଜିନ୍ ରେ ବାଙ୍ଗାଲୋରଠାରୁ ହାରିଛି । ସେପଟେ WPLର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ୍ ନିଜ ନାମରେ କରିଥିବା ବେଳେ ଦ୍ୱିତୀୟ ସଂସ୍କରଣରେ ଚମ୍ପିଆନ୍ ହୋଇଛି ଆରସିବି ।