ବ୍ୟାଙ୍କ ଅଫ ବରୋଦାରେ ୪,୦୦୦ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କିଂ କ୍ଷେତ୍ରରେ କାମ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ ବରୋଦାରେ ଅପାରଣ୍ଟିସରେ ବମ୍ପର ପଦବୀ ଖାଲିପଡିଛି । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ୪,୦୦୦ ପଦବୀ ଖାଲିପଡିଛି ।
ପଦବୀ ବିବରଣୀ : ୪୦୦୦
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୯ ଫେବୃଆରୀରୁ ଆବେଦନ ଆରମ୍ଭ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳରୁ କୌଣସି ବିଭାଗରେ ସ୍ନାତକ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ନିୟମାନୁସାରେ ଛାଡ ମିଳିବ ।
ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ, ଓବିସି ଏବଂ EWS ପ୍ରାର୍ଥୀ ୮୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୬୦୦ ଟଙ୍କା ଶୁଳ୍କ ଦେବାକୁ ହେବ । PwBD ପ୍ରାର୍ଥୀ ୪୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।
କେମିତି ହେବ ଚୟନ : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା(ଅନଲାଇନ ଟେଷ୍ଟ) ଦେବାକୁ ହେବ । ଲିଖିତ ପରୀକ୍ଷାରେ ସଫଳତା ପାଇବା ପରେ ଦସ୍ତାବିଜ ଭେରିଫିକେସନ, ଆଞ୍ଚଳିକ ଭାଷାଜନିତ ଟେଷ୍ଟ ପାଇଁ ସାକ୍ଷାତକାର କରାଯିବ । ସମସ୍ତ ପର୍ଯ୍ୟାୟରେ ପାସ୍ କରିବା ପରେ ମେରିଟ ଲିଷ୍ଟରେ ଜାଗା ମିଳିବ ।
ଆବେଦନ ପ୍ରକ୍ରିୟା :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ବ୍ୟାଙ୍କର ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ କ୍ୟାରିଅର ସେକ୍ସନକୁ ଯାଇ କରେଣ୍ଟ ଓପନିଂରେ କ୍ଲିକ୍ କରିବାକୁ ହେବ ।
ଏହାପରେ ଆବଶ୍କୟ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଦେବାକୁ ହେବ ।
ଆବେଦନ ପ୍ରକ୍ରିୟା ପୂରଣ ହେବା ପରେ ଏହାର ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : ଅଧ୍ୟାପକ ପଦବୀ ଖାଲି, ଜାଣନ୍ତୁ କେମିତି ହେବ ଚୟନ