ବ୍ୟାଙ୍କ ଅଫ ବରୋଦାରେ ୧୨୬୭ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ ବରୋଦାରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ଅଭିଯାନ ଅଧିନରେ ୧୨୬୭ ପଦବୀ ପୂରଣ କରାଯିବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରୟା ଆରମ୍ଭ ହୋଇଛି ।
ପଦବୀ ବିବରଣୀ : ୧୨୬୭
ରୁରାଲ ଆଣ୍ଡ ଏଗ୍ରି ବ୍ୟାଙ୍କିଂ : ୨୦୦
ରିଟେଲ ଲାଇବିଲିଟିଜ : ୪୫୦
ଏମଏସଏମଇ ବ୍ୟାଙ୍କିଂ : ୩୪୧
ଇନଫରମେସନ ସିକ୍ୟୁରିଟି : ୯
ପ୍ୟାସିଲିଟି ମ୍ୟାନେଜମେଣ୍ଟ : ୨୨
କର୍ପୋରେଟ ଆଣ୍ଡ ଇନଷ୍ଟିଚ୍ୟୁନାଲ କ୍ରେଡିଟ : ୩୦
ଫାଇନାନ୍ସ : ୧୩
ଆଇଟି : ୧୭୭
ଏଣ୍ଟରପ୍ରାଇଜ ଡାଟା ମ୍ୟାନେଜମେଣ୍ଟ : ୨୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୭, ୨୦୨୫ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଖାଲିପଡିଥିବା ପଦବୀରେ ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ ।
କେମିତି ହେବ ଚୟନ : ଚୟନ ପ୍ରକ୍ରିୟା ଅନଲାଇନ ଟେଷ୍ଟ, ସାଇକ୍ରୋମାଟ୍ରିକ ଟେଷ୍ଟ କିମ୍ବା ଅନ୍ୟ ପରୀକ୍ଷା ଆଧାରରେ ହେବ । ଅନଲାଇନ ଟେଷ୍ଟରେ କ୍ବାଲିଫାଏ କରିଥିବା ପ୍ରାର୍ଥୀଙ୍କୁ ଗ୍ରୁପ ଡିସକସନ ଏବଂ ସାକ୍ଷାତକାର ପାଇଁ ଡକାଯିବ । ଅନଲାଇନ ଟେଷ୍ଟରେ ମୋଟ ୧୫୦ ପ୍ରଶ୍ନ ହେବ, ଯାହାର ମାର୍କ ୨୨୫ ହେବ । ପରୀକ୍ଷାର ଅବଧି ଦେଢ ଘଣ୍ଟା ହେବ । ଟେଷ୍ଟ ଇଂଲିଶ ଏବଂ ହିନ୍ଦୀ ଦୁଇଟି ଯାକ ଭାଷାରେ ହେବ। କେବଳ ଇଂଲିଶ ପରୀକ୍ଷା ଇଂଲିଶରେ ହେବ ।
ଆବେଦନ ଶୁଳ୍କ : ଆବେଦନ କରିଥିବା ପ୍ରାର୍ଥୀ ଶୁଳ୍କ ଦେବାକୁ ହେବ । ସାମାନ୍ୟ, EWS ଏବଂ ଓବିସି ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି,PWD, ମହିଳା ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।